Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁନି ଟ୍ରମ୍ପଙ୍କ ଶୁଳ୍କ ଝଟକା; ଏବେ ଔଷଧ ଉପରେ ଲାଗୁ କଲେ ୧୦୦ ପ୍ରତିଶତ ଶୁଳ୍କ

ୱାଶିଂଟନ୍, ୪|୪ : ଆମେରିକା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି | ବିଦେଶୀ କମ୍ପାନୀର ଔଷଧ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ତେବେ ଯେଉଁ ଫାର୍ମା କମ୍ପାନୀ ଗୁଡିକ ଆମେରିକା ବାହାରେ ରହି ଔଷଧ ପ୍ରସ୍ତୁତ କରୁଛନ୍ତି ଏହି ନିଷ୍ପତ୍ତି ଫଳରେ ସେମାନଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପକାଇବ | ଟ୍ରମ୍ପ ନିଷ୍ପତ୍ତି ଶୁଣାଇବା ସହିତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉକ୍ତ କମ୍ପାନୀଗୁଡିକୁ ନିଜ ଔଷଧ ଦାମ୍ କମ୍ କରିବାକୁ ପଡିବ ଏବଂ ଆମେରିକା ଭିତରେ ହିଁ ରହି ଉତ୍ପାଦନ କରିବାକୁ ହେବ। ଯେଉଁ କମ୍ପାନୀମାନେ ଏହି ନିଷ୍ପତ୍ତିର ବିରୁଦ୍ଧରେ ଯିବେ ସେମାନଙ୍କ ଉପରେ ଜୋରିମାନା ଓ ଟିକସ ଲଗାଯିବ। ଏହା ସହିତ ଟ୍ରମ୍ପ ଷ୍ଟିଲ, ଆଲୁମିନିୟମ ଓ ତମ୍ବା ଭଳି ଧାତୁ ଉତ୍ପାଦର ଟିକସ ନିୟମରେ ମଧ୍ୟ ବଡ଼ ସଂଶୋଧନ କରିଛନ୍ତି। ଏହି ସାମଗ୍ରୀ ଗୁଡିକ ଉପରେ ଶୁଳ୍କ ଦର ହ୍ରାସ କରାଯାଇଛି ଏବଂ ଟିକସ ଆଦାୟ କରିବାର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି ।

ତେବେ ଏହି ନୂଆ ନିୟମ ଲାଗୁ କରିବା ଫଳରେ ଯେଉଁ କମ୍ପାନୀମାନେ ଆଂଶିକ ରୂପେ ନିଜ ଉତ୍ପାଦନ ଆମେରିକା ସ୍ଥାନାନ୍ତର କରିବେ ସେମାନଙ୍କୁ ଅତିରିକ୍ତ ୨୦ ପ୍ରତିଶତ ଶୁଳ୍କ ଦେବାକୁ ପଡିବ । ଏହି ନିର୍ଦ୍ଦେଶକୁ ପାଳନ ନ କଲେ କମ୍ପାନୀଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଏହି ପଦକ୍ଷେପ ଫଳରେ ଔଷଧର ମୂଲ୍ୟ ଶସ୍ତା ହେବା ସହ ଦେଶରେ ନିଯୁକ୍ତିର ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ଟ୍ରମ୍ପ କହିଛନ୍ତି। ତେବେ ୟୁରୋପୀୟ ସଂଘ, ଜାପାନ ଓ ଦକ୍ଷିଣ କୋରିଆ ଆଦି ବ୍ୟବସାୟୀ ମାନଙ୍କ ପାଇଁ ଏହି ଶୁଳ୍କକୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ସ୍ଥିର ହୋଇଛି। ଅନେକ ଧାତୁ ଉତ୍ପାଦରେ ଲାଗୁଥିବା ଟିକସକୁ ୫୦ ପ୍ରତିଶତରୁ ହ୍ରାସ କରି ୨୫ ପ୍ରତିଶତ କରିଦିଆଯାଇଛି। ଯେଉଁ ଉତ୍ପାଦରେ ଧାତୁର ମାତ୍ରା ୧୫ ପ୍ରତିଶତରୁ କମ୍ ସେମାନଙ୍କୁ ଟିକସରେ ସମ୍ପୂର୍ଣ୍ଣ ରିଆତି ମିଳିବ।

ଏହି ପରିବର୍ତ୍ତନ ଫଳରେ କମ୍ପାନୀ ଗୁଡିକ ଶସ୍ତାରେ କଞ୍ଚାମାଲ ପାଇପାରିବେ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ବଡ ଫାର୍ମା କମ୍ପାନୀ ଗୁଡିକୁ ଏହି ନୂଆ ନିୟମ ଲାଗୁ କରିବା ପାଇଁ ୧୨୦ ଦିନର ସମୟସୀମା ଧାର୍ଯ୍ୟ କରିଛନ୍ତି | ଏହାସହିତ ଛୋଟ କମ୍ପାନୀମାନଙ୍କୁ ମିଳିଛି ୧୮୦ ଦିନର ସମୟସୀମା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ