ଦୁଇଚକିଆ ଯାନରେ ଲାଗିବ ଟୋଲ୍!
ନୂଆ ଦିଲ୍ଲୀ, ୪/୪: ସମ୍ପ୍ରତି ସୋସିଆଲ୍ ମିଡିଆରେ ଏକ ଖବର ଭାଇରାଲ୍ ହେଉଛି ଯେ, ଦୁଇଚକିଆ ଯାନ ଅର୍ଥାତ୍ ବାଇକ୍, ସ୍କୁଟର ମାନଙ୍କୁ ଏବେ ସମସ୍ତ ନ୍ୟାସନାଲ୍ ହାଇୱେ ଓ ଏକ୍ସପ୍ରେସୱେରେ ଟୋଲ୍ ଦେବାକୁ ପଡିବ । କିନ୍ତୁ ବର୍ତ୍ତମାନର ନିୟମ ଅନୁଯାୟୀ, ଭାରତରେ ଦୁଇଚକିଆ ଯାନକୁ ନ୍ୟାସନାଲ୍ ହାଇୱେରେ ଟୋଲ୍ ଦେବାରୁ ଛାଡ଼ ମିଳିଛି । ଏହି ସଂପର୍କ ରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କିମ୍ବା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହି ନିୟମକୁ ବଦଳାଇବା ବାବଦରେ କୌଣସି ଅଧିକୃତ ଘୋଷଣା ହୋଇନାହିଁ ।
ପୂର୍ବରୁ ମଧ୍ୟ ଏକ୍ସପ୍ରେସୱେରେ ଦୁଇଚକିଆ ଯାନକୁ ଯିବାରେ ବହୁତ ସମୟରେ ପ୍ରତିବନ୍ଧ ଥାଏ, ସେଥିରେ ସୁରକ୍ଷା ମୁଖ୍ୟ କାରଣ । କିନ୍ତୁ ଟୋଲ୍ ଲାଗିବା ନେଇ କେବେ ମଧ୍ୟ ସ୍ପଷ୍ଟ ନିୟମ ଆଣାଯାଇନାହିଁ । ଦୁଇଚକିଆ ଯାନ ଉପରେ ଟୋଲ୍ ଲାଗିବା ନେଇ ଚାଲୁଥିବା ଖବରଟି ବର୍ତ୍ତମାନ ପର୍ଯ୍ୟନ୍ତ ଭୁଲ କାରଣ ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ବିଜ୍ଞାପନ ପ୍ରକାଶ ପାଇନାହିଁ । ଏହିପରି ଖବରକୁ ଭରସା କରିବା ପୂର୍ବରୁ ସରକାରୀ ସୂଚନାକୁ ଯାଞ୍ଚ କରିବା ଦରକାର ।

