Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଶୋଧର ନିଆଁରେ ଜଳୁଛି ଇରାନ! ଆମେରିକାର ଲଢ଼ୁଆ ବିମାନF-15Eକୁ ଆକ୍ରମଣ କରି ତଳକୁ ଖସାଇଦେଲା, ଆମେରିକାକୁ ପାନେ ଦେବାକୁ କଲା ଏଭଳି କିଛି ଘୋଷଣା …..

ଓ୍ବାଶିଂଟନ୍‌,୪।୪: ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ପରିସ୍ଥିତିରେ ପହଁଚିଛି | ଉଭୟ ଉଭୟଙ୍କ ଉପରକୁ ପ୍ରତିଶୋଧାତ୍ମକ ଭାବେ ଆକ୍ରମଣ ଜାରି ରଖିଛନ୍ତି | ଆଜି ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଦେଶ ଭିତରେ ଏକ ଆମେରିକୀୟ ଲଢ଼ୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି। ସୂଚନା ଅନୁଯାୟୀ, ବିମାନଟି ଦୁର୍ଘଟଣା ହେବା ସମୟରେ ଏଥିରେ ଜଣେ ପାଇଲଟ ଏବଂ ଅସ୍ତ୍ର-ପ୍ରଣାଳୀ ଅଧିକାରୀ ରହିଥିଲେ । ଏହାସହିତ କ୍ରୁ ମଧ୍ୟରୁ ଜଣେଙ୍କୁ ଆମେରିକୀୟ ସ୍ବତନ୍ତ୍ର ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି। ବିମନାରେ ରହିଥିବା ଅନ୍ୟ କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ରହିଛି।
ଅନ୍ୟପଟେ, ଇରାନୀ ଟିଭି ଚ୍ୟାନେଲଗୁଡ଼ିକ ଘୋଷଣା କରିଛନ୍ତି ଯେ, ଯେଉଁମାନେ ଆମେରିକୀୟ ପାଇଲଟ କିମ୍ବା ପାଇଲଟଙ୍କୁ ଧରି ପୋଲିସ କିମ୍ବା ସେନାବାହିନୀକୁ ହସ୍ତାନ୍ତର କରନ୍ତି, ତୀ ସେମାଙ୍କୁ ପୁରସ୍କୃତ କରାଯିବ | ଆଜି ଗୁଳିରେ ଖସାଇ ଦିଆଯାଇଥିବା ଆମେରିକୀୟ ପାଇଲଟଙ୍କୁ ଖୋଜିବା ପାଇଁ ଇରାନ ପକ୍ଷରୁ ଏକ ସଶସ୍ତ୍ର ବାହିନୀ ସନ୍ଧାନ ଅଭିଯାନ ଆରମ୍ଭ କରିଥିବା ସୂଚନା ମିଳିଛି । ସୂଚନାରେ କୁହାଯାଇଛିଯେ, କୋହଗିଲୁଇ ଏବଂ ବୁଏର-ଅହମଦ ପ୍ରଦେଶର ସମ୍ମାନନୀୟ ନାଗରିକମାନେ, ଯଦି ଆପଣ ଶତ୍ରୁ ପାଇଲଟ କିମ୍ବା ପାଇଲଟଙ୍କୁ ଜୀବନ୍ତ ଧରି ପୋଲିସ ଏବଂ ସଶସ୍ତ୍ର ବାହିନୀକୁ ହସ୍ତାନ୍ତର କରନ୍ତି, ତେବେ ଆପଣ ମୂଲ୍ୟବାନ ପୁରସ୍କାରରେ ପୁରସ୍କୃତ କରାଯିବ |” ସୂଚାନଯୋଗ୍ୟ, କୋହଗିଲୁୟେ ଏବଂ ବୋୟର-ଅହମଦ ପ୍ରଦେଶ ଏକ ଅତ୍ୟନ୍ତ ଗ୍ରାମୀଣ ଏବଂ ଇରାନର ଏକ ପାର୍ବତ୍ୟମୟ ଅଞ୍ଚଳ, ଯାହାର ମୋଟ କ୍ଷେତ୍ରଫଳ ପ୍ରାୟ ୧୫,୫୦୦ ବର୍ଗ କିଲୋମିଟର (୫,୯୦୦ବର୍ଗ ମାଇଲ)। ଇରାନୀ ଅଧିକାରୀମାନେ ପଡ଼ୋଶୀ ଚାହରମହଲ ଏବଂ ବଖତିଆରି ପ୍ରଦେଶରେ ମଧ୍ୟ ସନ୍ଧାନ ପାଇଁ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ