ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସର ନେତା ଶଶି ଥରୁରଙ୍କୁ ଆକ୍ରମଣ!
ମାଲାପ୍ପୁରମ,୪|୪ : କେରଳର ମାଲାପ୍ପୁରମରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଦଳ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ଆସିଛି | ରାତିରେ ୱାଣ୍ଡୁରର ଚେଲିଟୋଡୁ ଅଞ୍ଚଳରେ ଏହି ଘଟଣାଟି ଘଟିଛି | ଅନିଲ କୁମାରଙ୍କ ପାଇଁ ପ୍ରଚାର କରିବା ପାଇଁ ଥରୁର ୱାଣ୍ଡୁରରେ ପହଞ୍ଚିବା ପରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ , ବାଇକ୍ ଚାଳକଙ୍କ ଏକ ଗୋଷ୍ଠୀ ତାଙ୍କ ଗାଡ଼ିକୁ ଅଟକାଇ ସୁରକ୍ଷାକର୍ମୀଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ ମଧ୍ୟ କରିଥିଲେ। ଆକ୍ରମଣରେ ଆହତ ହୋଇଥିବା ସୁରକ୍ଷାକର୍ମୀଙ୍କ ଜଣକ ନିଜେ ଏ ଘଟଣା ବିଷୟରେ ପୁଲିସରେ ଅଭିଯୋଗ କରିଛନ୍ତି।
ସୂଚାନଯୋଗ୍ୟ ,ପ୍ରଥମେ କିଛି ଲୋକ ପ୍ରଥମେ ଶଶି ଥରୁରଙ୍କ ଦଳକୁ ଅନୁସରଣ କରିଥିଲେ ଏବଂ ପରେ ତାଙ୍କ କାର୍କୁ ଅଟକାଇ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏପରିକି ଆକ୍ରମଣକାରୀମାନେ ଥରୁରଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲେ | ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ସମୟରେ ଥରୁରଙ୍କ ସୁରକ୍ଷାକର୍ମୀ ଆକ୍ରମଣକାରୀ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ | ଏହାପରେ ଆକ୍ରମଣକାରୀମାନେ ଉତ୍ତେଜିତ ହୋଇ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିଲେ। ତେବେ ଏହା ଅନ୍ୟ କୌଣସି ଦଳର ସୁଚିନ୍ତିତ ଯୋଜନା ନା ୟା ପଛରେ ଆଉ କିଛି ରହିଛି କାରଣ ଏହାକୁ ନେଇ ବଢିଛି ସନ୍ଦେହ |

