Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯ରେ ମହାମୁକାବିଲା: ଆସାମ, କେରଳ ଓ ପୁଡୁଚେରୀରେ ପ୍ରଚାର ଶେଷ

ନୂଆଦିଲ୍ଲୀ, 8|4: ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟରେ ପର୍ଦା ପଡ଼ିଛି । ଆସନ୍ତା ୯ ତାରିଖ ଆର୍ଥତ୍ ଗୁରୁବାର ଦିନ ଏହି ତିନିଟି ରାଜ୍ୟରେ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଆସାମ ବିଧାନସଭାର ୧୨୬ଟି, କେରଳର ୧୪୦ଟି ଓ ପୁଡୁଚେରୀର ୩୦ଟି ଆସନ ପାଇଁ ଭୋଟ ହେବାକୁ ଯାଉଛି । ଆସାମରେ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାର ବର୍ତ୍ତମାନ କ୍ଷମତାରେ ରହିଛି । ଏହି ସରକାରକୁ ପରାସ୍ତ କରିବା ପାଇଁ କଂଗ୍ରେସ ତୀବ୍ର ପ୍ରୟାସ ଜାରି ରଖିଛି ।

ଅନ୍ୟପଟେ, କେରଳରେ ପିନାରାଇ ବିଜ୍ଞାନଙ୍କ ନେତୃତ୍ୱାଧୀନ ଏଲଡିଏଫ୍‌ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) ସରକାରଙ୍କ କାର୍ଯ୍ୟରେ କାର୍ଯ୍ୟରତ ଅଛି। ଏଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଚେଷ୍ଟା କରୁଛି । ଏହି ନିର୍ବାଚନରେ ବିଜେପି କିଛି ଆସନ ଜିତିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପି ମେଣ୍ଟ ସରକାର ବର୍ତ୍ତମାନ ଶାସନରେ ଅଛି । ଏହି ମେଣ୍ଟ ପୁଣିଥରେ ବିଜୟୀ ହେବାକୁ ସକ୍ଷମ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ ଏନଡିଏ ପାଇଁ ଡିଏମକେ-କଂଗ୍ରେସ ମେଣ୍ଟ କଠିନ ମୁକାବିଲା ସୃଷ୍ଟି କରିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ