ସ୍ୱାସ୍ଥ୍ୟ ମନ୍ତ୍ରୀ ରିଲ୍ସ କରି ଓଡ଼ିଶାବାସୀଙ୍କୁ ଦେଲେ ସୁସ୍ଥ ରହିବାର ବାର୍ତ୍ତା
ଭୁବନେଶ୍ୱର ୮ | ୪: ରିଲ୍ସ ମାଧ୍ୟମରେ ଦେଲେ ସୁସ୍ଥ ରହିବାର ବାର୍ତ୍ତା | ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ରିଲ୍ସ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି | ପୋଷ୍ଟରେ ନିଜେ ଯୋଗ କରି ଓଡ଼ିଶାବାସୀଙ୍କୁ ଯୋଗ କରିବାକୁ ପ୍ରେରିତ କରୁଛନ୍ତି | ଜଣେ ବ୍ୟକ୍ତି ଯୋଗ କରିବା ଦ୍ୱାରା ନିରୋଗୀ ରହିବ | ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମେତ ମାନସିକ ଦୁଶ୍ଚିନ୍ତାଠୁ ମଧ୍ୟ ଦୂରରେ ରହିବ | ନିୟମିତ ଯୋଗ ଅଭ୍ୟାସ ଜାରି ରଖିବା ପାଇଁ ସାରା ଓଡ଼ିଶାବାସୀଙ୍କୁ ରିଲ୍ସ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ |

