କୋକସରା:୨୮/୦୫ : ରବିବାର କୋକସରା ବ୍ଲକ ଲଡୁଗାଁ ବ୍ରାହ୍ମଣ ସମାଜ ର ଭବନ ଠାରେ କୋକସରା ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ସଭାପତି ଶ୍ରୀମନ୍ତ ପାଢ଼ୀ ଙ୍କ ସଭାପତିତ୍ୱ ରେ ଆଗାମୀ ଦିନରେ ବ୍ରାହ୍ମଣ ସମାଜ କୁ ତୃଣମୂଳ ସ୍ତରରେ ସଙ୍ଗଠିତ କରିବା ସହ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ କୁ କ୍ରିୟାଶୀଳ କରି ସମାଜ ର ସବୁ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ ପାଇଛି। ଏହି ବୈଠକରେ ପର୍ଶୁରାମ ସେନା ର ବ୍ଲକ ସଭାପତି ଗୋଦାବରୀଶ ପାତ୍ର, ସମ୍ପାଦକ ଈଶ୍ୱରୀ ପ୍ରସାଦ ଅଗସ୍ତି, ଧନଞ୍ଜୟ ମୁଣ୍ଡ, ଭାରତ ଭୂଷଣ ଠାକୁର, ଶଶାଙ୍କ ପାଢ଼ୀ, ସନାତନ ପଣ୍ଡା, ରଞ୍ଜିତ କୁମାର ଖମାରି, ଗଣେଶ ନନ୍ଦ,ଲଳିତ ମିଶ୍ର ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ଲଡୁଗାଁ ରେ ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ।
