Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀର ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ;ଝିଅ କହିଲା ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ବର,୮।୪: ସ୍ତ୍ରୀର ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର ଅଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ, କିଛି ଦିନ ହେବ ହତ୍ୟାକାରୀ ସ୍ବାମୀଙ୍କର ମାନସିକ ସ୍ଥିତି ଠିକ ନଥିଲା । ତେବେ ଏହା ହତ୍ୟାକାଣ୍ଡ ପଛର ଏକ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ହେଉଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସେପଟେ ମୃତକଙ୍କ ଝିଅଙ୍କ କହିବା ମୁତାବକ , ବାପା ମାଆ ସ୍ୱସ୍ତି ନଗର ଅଞ୍ଚଳରେ ରହୁଥିବା ବେଳେ ଝିଅ ପାତ୍ରପଡାରେ ଅଞ୍ଚଳରେ ବାସ କରୁଥିଲେ | ଆଜି ସକାଳେ ହତ୍ୟାକାରୀ ବାପା ଝିଅ ପାଖକୁ ଯାଇ ସୁନା ଗହଣା ସହ ଟଙ୍କା ଦେଇଥିଲେ । ଏହାର କିଛି ସମୟ ପରେ ପୋଲିସ ଝିଅକୁ ଫୋନ୍ କରିବାରୁ ସେ ଏବିଷୟରେ ସମସ୍ତ ସୂଚନା ପୋଲିସକୁ ଦେଇଥିଲେ | ଏହାପରେ ଏୟାରଫିଲ୍ଡ ଥାନା ପୋଲିସ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ