Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରଛାତ୍ରୀଙ୍କୁ ବାଡ଼ିରେ ଆଖିବୁଜା ମାଡ଼ ମାରି ଚାଲିଲେ ପ୍ରଧାନ ଶିକ୍ଷକ…

ଗଞ୍ଜାମ, 9|4 : ଗଞ୍ଜାମ ଜିଲ୍ଲାର ଏକ ସ୍କୁଲରେ ଆଶ୍ଚଯ୍ୟକର ଘଟଣା ଘଟିଛି । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖବର ଅନୁସାରେ, କିଛି ଛାତ୍ର କିଛି କାରଣ ବଶତଃ ଭୁଲ କରିଥିବାକୁ ନେଇ ପ୍ରଧାନ ଶିକ୍ଷକ ରୁଷିଯାଇ ସେମାନଙ୍କୁ ଶାସନ ନାମରେ ଖୁବ୍ ପିଟିଥିଲେ । ଏହି ସମୟରେ କେହି ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରିଦେଇଥିଲେ । ଉକ୍ତ ଭିଡିଓଟି ଭାଇରାଲ ହେବା ପରେ ଘଟଣାଟି ଚାରିପଟେ ଚର୍ଚ୍ଚାର ବିଷୟ ହୋଇଯାଇଛି । ଅଭିଭାବକମାନେ ଓ ସ୍ଥାନୀୟ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ଶିକ୍ଷା ବିଭାଗ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଦୋଷୀ ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବର୍ତମାନ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟବାହୀ ହେବ ବୋଲି କୁହାଯାଇଛି । ଏହି ଘଟଣା ପରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ