Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଗୁଡ଼ିପଟାରେ ଯୁବକଙ୍କ ଆକସ୍ମିକ ମୃତ୍ୟୁ : ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ

କଳାହାଣ୍ଡି,୨୮/୦୫-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ କର୍ମେ ପଞ୍ଚାୟତ ଗୁଡିପଟା ଗାଁର ମନୋହର ମାଝୀ ଓରଫ ମୀନକେତନ ନାମକ ଜଣେ ୩୨ ବର୍ଷ ବୟସର ଯୁବକଙ୍କ ଆକସ୍ମିକ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ନେଇ ଅଭିଯୋଗ ହୋଇଛି ! ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ଦିନ ମନୋହର ହଠାତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ! ସେଠାରେ ଚିକିତ୍ସାଧୀନ ଭାବେ ତାଙ୍କର ମୃତ୍ୟୁ ହୋଇଥ‌ିଲା। ତେବେ ମନୋହରଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଅଭିଯୋଗ ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ମ. ରାମପୁରକୁ ନିଆଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ମନୋହର ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଓ ତାଙ୍କ ପରିବାରରେ ତାଙ୍କ ବିଧବା ସ୍ତ୍ରୀ ପଦ୍ମିନୀ, ଗୋଟିଏ ୪ ବର୍ଷର ପୁଅ ଓ ଦୁଇଟି ଛୋଟ ଝିଅ ଅଛନ୍ତି। ଏଣୁ ଏଇ ଗରିବ ଓ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ