Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟୋଲ୍ ପ୍ଲାଜା ନିୟମରେ ବଡ ପରିବର୍ତ୍ତନ! ଆଜିଠୁ କ୍ୟାସ୍ ପେମେଣ୍ଟ ବନ୍ଦ

ନୂଆଦିଲ୍ଲୀ, ୧୦|୪: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଆଜିଠାରୁ ଏକ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଦେଶବ୍ୟାପୀ ଟୋଲ୍ ପ୍ଲାଜା ଗୁଡିକରେ ଏଣିକି ନଗଦ ଟଙ୍କା ଦେୟ ବନ୍ଦ ହୋଇଯାଇଛି । ଯଦି ଆପଣଙ୍କ ଗାଡ଼ିରେ FASTag ନାହିଁ, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ |

ତେବେ ଯଦି ଆପଣଙ୍କ ଗାଡ଼ିରେ ଫାଷ୍ଟାଗ୍ ନାହିଁ, କୌଣସି ଚିନ୍ତା ନାଇଁ ,ଆପଣ UPI (GPay, PhonePe) ବ୍ୟବହାର କରି ମଧ୍ୟ ଟୋଲ୍ ପ୍ଲାଜାରେ ପେମେଣ୍ଟ କରିପାରିବେ । କିନ୍ତୁ UPI ବ୍ୟବହାର କରି ଦେୟ ଦେଲେ ସାଧାରଣ ଟୋଲ୍ ଉପରେ ଆପଣଙ୍କୁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ଯାହାର ଅର୍ଥ ହେଉଛି ଯଦି ଜଣେ ବ୍ୟକ୍ତି ୧୦୦ ଟଙ୍କା ଦେଉଥିଲେ ଏବେ ତାଙ୍କୁ ଟୋଲ୍ ରେ ୧୨୫ ଟଙ୍କା ଦେବାକୁ ପଡ଼ିବ ।

ଯଦି ଆପଣଙ୍କର FASTag ନାହିଁ କି ଆପଣ UPI ବ୍ୟବହାର କରି ମଧ୍ୟ ଦେୟ ଦେଇପାରିବେ ନାହିଁ, ତେବେ ଆପଣଙ୍କୁ ରାଜପଥରେ ଯିବାକୁ ଅନୁମତି ଦିଆଯିବ ନାହିଁ | ବର୍ତ୍ତମାନ ମାନୁଆଲ୍ ଟିକେଟ୍ ପ୍ରଦାନ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାରୁ, UPI ପେମେଣ୍ଟ ବିନା ଟୋଲ୍ ଗେଟ ପାର ହେବା ଅସମ୍ଭବ ହୋଇ ପଡିବ । ଯଦି କିଛି ପରିସ୍ଥିତିରେ , ଆପଣ ଟୋଲ୍ ଦେୟ ଦେବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କ ଗାଡ଼ି ନମ୍ବରକୁ ଏକ ଇ-ନୋଟିସ୍ ମଧ୍ୟ ପଠାଯାଇପାରେ । ଆଉ ଏହି ଦେୟ ଆପଣଙ୍କୁ ତିନି ଦିନ ମଧ୍ୟରେ ଦେବାକୁ ପଡ଼ିବ ।

ଯଦି ଆପଣ ତିନି ଦିନ ମଧ୍ୟରେ ଦେୟ ନ ଦେଉଛନ୍ତି , ତେବେ ଆପଣଙ୍କ ଠାରୁ ଜୋରିମାନା ସହିତ ଦୁଇଗୁଣ ଟୋଲ୍ ମଧ୍ୟ ଆଦାୟ କରାଯିବ । କେବଳ ସେତିକି ନୁହେଁ ଯଦି କୌଣସି କାରଣରୁ ଆପଣ ୧୫ ଦିନ ମଧ୍ୟରେ ବି ଦେୟ ନ ଦେଉଛନ୍ତି , ତେବେ ଏହି ବକେୟା ଦେୟ VAHAN ଡାଟାବେସରେ ରେକର୍ଡ କରାଯିବ । ଏପରିକି ପରବର୍ତ୍ତୀ ସମୟରେ ଆପଣଙ୍କ ଗାଡ଼ି ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇପାରେ ।

ତେବେ କେତେକ ସମୟରେ, ବ୍ଲାକ୍ ଲିଷ୍ଟେଡ୍ କିମ୍ବା ନିଷ୍କ୍ରିୟ ଫାଷ୍ଟାଗ୍ ଯୋଗୁଁ ଅନେକ ସମସ୍ୟା ଉପୁଜିଥାଏ । ତେଣୁ ଆଜି ହିଁ ଆପଣଙ୍କର ଫାଷ୍ଟାଗ୍ ବାଲାନ୍ସ ଯାଞ୍ଚ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ, ଏହାର KYC (Know Your Customer) ସମ୍ପୂର୍ଣ୍ଣ ହୋଇଛି କି ନା? ଯଦି KYC ଅସମ୍ପୂର୍ଣ୍ଣ ଥାଏ, ତେବେ ଆପଣଙ୍କର ଫାଷ୍ଟାଗ୍ ସକ୍ରିୟ ହେଲେ ମଧ୍ୟ କାମ କରିବ ନାହିଁ । ଯଦି ଫାଷ୍ଟାଗ୍ ଖରାପ, ତେବେ ତୁରନ୍ତ ନୂଆ ଲଗାନ୍ତୁ । ଏବଂ ଟୋଲ୍ ପ୍ଲାଜାରେ QR କୋଡ୍ ସ୍କାନ କରିବା ସମୟରେ ସତର୍କ ରୁହନ୍ତୁ ।

ଏକ ସୁରକ୍ଷିତ ଏବଂ ପ୍ରତିବନ୍ଧକ ଯାତ୍ରାକୁ ନିଶ୍ଚିତ କରିବା ଲାଗି ସରକାର ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି | ଅତ୍ୟାଧୁନିକ ଟେକ୍ନୋଲୋଜି ଯେପରିକି କ୍ୟାମେରା ଓ RFID ବ୍ୟବସ୍ଥା ଗାଡ଼ିକୁ ବିନା ଅଟକିକି ଟୋଲ୍ ପ୍ଲାଜା ପାସ୍ କରିବାକୁ ଅନୁମତି ଦେଇଥାଏ | କାରଣ ଏହି ଦେୟ ସ୍ଵୟଂଚାଳିତ ଭାବେ କଟିଥାଏ । ତେବେ ଅଧିକାଂଶ ଟୋଲ୍ କାରବାର ଡିଜିଟାଲ ଭାବରେ ହେଉଥିବାରୁ ଏହି ବ୍ୟବସ୍ଥା ଟ୍ରାଫିକ ପ୍ରବାହକୁ ଉନ୍ନତ କରିବା ସହିତ ରାଜପଥ ଯାତ୍ରାକୁ ଦ୍ରୁତ ଏବଂ ଆହୁରି ଅଧିକ ଦକ୍ଷ କରିବ ବୋଲି ସରକାର ଆଶା ରଖିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ