କୋକସରା ଅବକାରୀ ବିଭାଗ ଚଢ଼ାଉ,୨ ଅଭିଯୁକ୍ତ କୋର୍ଟ ଚାଲାଣ।
କଳାହାଣ୍ଡି,୧୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ଶୁକ୍ରବାର ଅନ୍ତର୍ଗତ ଡାଲଗୁମା ଗ୍ରାମ ରେ ବେଇଆନ ଖଜୁରୀ ତାଡି ମଦ ବିକ୍ରି ନେଇ ସୂଚନା ପାଇ ଅବକାରୀ ଥାନା ଓଆଇସି ଗୁପ୍ତେଶ୍ଵର ପଟେଲ ଙ୍କ ନେତୃତ୍ୱରେ ସଦଲବଳେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଡାଲଗୁମା ଗ୍ରାମ ରେ ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଅଞ୍ଚଳ ର ବାଲିସେଠି ଗୁଡ଼େମ, ନାଳନ୍ଦା ଅଞ୍ଚଳ ର କୁମ୍ବାମ୍ବ ରାଜାବାବୁ ଠାରୁ ୬୦ ଲିଟର ଖଜୁରୀ ତାଡି ମଦ ସହ ଗିରଫ କରିଥିବା ବେଳେ ମୁଷାପାଲି ଗ୍ରାମ ର ଚୌବନ ଦୁର୍ଗା ନିକଟରୁ ୭.୬ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ଦୁଇ ଜଣ ଙ୍କୁ ଅବକାରୀ ପୋଲିସ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ନେଇ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ ସୂଚନା ଦେଇଛନ୍ତି।ଏହି ଚଢ଼ାଉ ରେ ଜୟପାଟଣା ଅବକାରୀ ଓଆଇସି ସୁରେଶ ଭୋଇ ସମେତ କନେଷ୍ଟବଳ ଖୁସିଦେଵ କଟା,ମହାଦେବ ମାଝୀ, ଅରୁଣାକ୍ଷ୍ୟ ଧଙ୍ଗଡା ମାଝୀ ବଳଭଦ୍ର ପାତ୍ର, ସୁବଳ ଭୋଇ ମହିଳା କନେଷ୍ଟବଳ ଯଶୋବନ୍ତି ପ୍ରମୁଖ ସାମିଲ ଥିଲେ।

