Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ କଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି,୧୦/୦୪
ଭାରତୀୟ ଜନତା ପାର୍ଟି ର ୪୭ ବର୍ଷ ସ୍ଥାପନ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଆଦର୍ଶ,ଦଲୀୟ ସଂଗଠନ ର ଶକ୍ତି ଓ ଜନସେବା ପ୍ରତି ସଙ୍କଳ୍ପ କୁ ନେଇ ଆରମ୍ଭ ହୋଇଛି ଗାଁ କୁ ଚାଲ ଅଭିଯାନ। ଏହି କ୍ରମ ରେ କୋକସରା ବ୍ଲକ ର କୋକସରା ମଣ୍ଡଳ ର ମାଝୀଗୁଡା ଓ ମୋଟେର ମଣ୍ଡଳ ର ଶ୍ରୀ ରାମ ପୁର ଠାରେ ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ କରିଛନ୍ତି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼।
ମାଝୀଗୁଡା ଠାରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ଏକ ଶୋଭାଯାତ୍ରା ରେ ସାମିଲ ହୋଇ ବିଧାୟକ ଶ୍ରୀ ପଟ୍ଟଯୋଶୀ ଓ ଜିଲ୍ଲା ସଭାପତି ଶ୍ରୀ ପୋଢ଼ ମାଝୀଗୁଡା ଗ୍ରାମବାସୀ ଙ୍କ ସହ ସାକ୍ଷାତ କରି କେନ୍ଦ୍ର ଓ ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଗଡୁଛି।ଏଣୁ ବିକାଶ କୁ କେହି ଅଟକାଇ ପାରିବ ନାହିଁ। ରାଜ୍ୟ ରେ ମୁଖ୍ୟମନ୍ତ୍ରୀ ମୋହନ ସରକାର ଙ୍କ ଆସିବା ପରେ ଓଡିଶା ରେ ମଧ୍ୟ ବିକାଶ ଧାରା ଓ ଲୋକାଭିମୁଖୀ ଯୋଜନା ଗୁଡିକ ତ୍ୱରାନ୍ୱିତ ହୋଇଛି ବୋଳି କହିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନ ସାଧାରଣ ଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ଭିବି ଜି ରାମ ଜି ଜିଲ୍ଲା ସଂଯୋଜକ ତ୍ରିନାଥ ଶବର,ପ୍ରଭାରୀ ହିମାଂଶୁ କୁମାର ପଣ୍ଡା,ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ମାଝୀଗୁଡା ସରପଞ୍ଚ ମାମି ବାଗ,ଦୈତାରି ବାରିକ,ଅରୁଣ କୁମାର ଅଗ୍ରୱାଲ, ସୁଧୀର କୁମାର ପାତ୍ର, ଯୁଗଳ କିଶୋର ହଂସ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ,ନରେନ୍ଦ୍ର ପ୍ରଧାନୀ, ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରଧାନୀ,କ୍ଷୀରସିନ୍ଧୁ ନେଗି,ନବୀନ ପ୍ରଧାନୀ,ଧର୍ମାନନ୍ଦ ନେଗି,ମୁକୁନ୍ଦ ପଟ୍ଟନାୟକ ସମେତ ଦଳୀୟ କର୍ମି ଉପସ୍ଥିତ ଥିଲେ।ସେହିପରି ଶ୍ରୀ ରାମପୁର ଠାରେ ମଧ୍ୟ ଗାଁ କୁ ଚାଲ ଅଭିଯାନ ରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଳ,କମଳ ଲୋଚନ ଦଳପତି,ଜିଲ୍ଲା ପ୍ରତିନିଧି ଚକ୍ରଧର ନାଏକ,ଯୁବମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ, ଓବିସି ମୋର୍ଚ୍ଚା ସଭାପତି ନବୀନ ଖର୍ସେଲ ଉପସ୍ଥିତ ରହି ପରିଚଳାନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ