ବିଜେଡିର ବିଜୁ ବ୍ରାଣ୍ଡକୁ ହାଇଜ୍ୟାକ କରିବେ ବିଜୟ ମହାପାତ୍ର , ସୋମ୍ୟ ପଟ୍ଟନାୟକ ଏବଂ ଦିଲ୍ଲୀପ ରାୟ!
ଭୁବନେଶ୍ୱର, ୧୧ |୪: ଆଗକୁ ଓଡିଶା ରାଜନୀତିରେ ଦେଖିବାକୁ ମିଳିପାରେ ନୂଆ ରାଜନୈତିକ ସମୀକରଣ | ଏହି ସମୀକରଣରେ ସାମିଲ ହେବେ ବିଜୁ ପ୍ରେମୀ | ବିଜୁ ବିଚାରଧାରାକୁ ମୂଳଦୁଆ ବନାଇ ଗଠନ ହୋଇଥିବା ଦଳ ବିଜେଡିରେ ଆଉ ସେ ବିଚାରଧାରା ଦେଖିବାକୁ ମିଳୁନାହିଁ | ତେଣୁ ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ବିଜୁପ୍ରେମୀ ଏବେ ଅଣ୍ଟା ଭିଡିଛନ୍ତି ବିଜୁ ଲିଗାସୀକୁ ଆଗକୁ ବଢେଇବା ପାଇଁ | ଦଳ ଗଠନର ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ସେମାନେ ଦଳରେ ଦୀର୍ଘଦିନ ଧରି ରହି ଲୋକଙ୍କ ସେବା କରି ଆସୁଥିଲେ | ଆଉ ଏବେ ଲୋପ ପାଇ ଯାଉଥିବା ଏହି ଚିନ୍ତାଧାରାକୁ ପୁନଃ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ବିଜୁ ପ୍ରେମୀ |
ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୧୭ରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଓୟୁଟି ପରିସରରେ ଏକ ବିଶାଳ ସମାବେଶର ଆୟୋଜନ ହୋଇଛି | ଏ ସମାବେଶର ମୁଖ୍ୟ ପୁରୋଧା ସାଜିବେ ବିଜୟ ମହାପାତ୍ର, ସୋମ୍ୟ ପଟ୍ଟନାୟକ ଏବଂ ଦିଲ୍ଲୀପ ରାୟ | ତେଣୁ ସମାବେଶରୁ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରିବାକୁ ଏକାଠି ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର, ସୋମ୍ୟ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସମେତ ଅନ୍ୟାନ୍ୟ ପ୍ରମୁଖ ନେତା | ଏହି ଅବସରରେ ବିଜେଡ଼ିକୁ ଆକ୍ଷେପ କରି ସୋମ୍ୟ କହିଛନ୍ତିଯେ, “ବିଜୁ ଲିଗାସୀ କାହାର ଜମିଦାରୀ ନୁହେଁ | ଆମେ ବିଜୁ ବାବୁଙ୍କ ଆଦର୍ଶ, ବିଚାରଧାରାକୁ ଆଗକୁ ବଢାଇବା ପାଇଁ ଆମେ ଏହି ଦିନକୁ ପାଳନ କରିବୁ |” ବିଜୁ ବାବୁ ସାରା ଓଡ଼ିଶାର ତେଣୁ ଯେଉଁମାନେ ବିଜୁ ପ୍ରେମୀ ସେମାନେ ସମସ୍ତେ ଏହି ଦିନକୁ ପାଳନ କରିବା ଏହାକୁ ନେଇ କୌଣସି ରାଜନୀତି କରିବା ଆଵଶ୍ୟକତା ନାହିଁ | ଅପରପକ୍ଷରେ ବିଜେଡି ନେତା ଅରୁଣ ସାହୁ କହିଛନ୍ତିଯେ, ଏହି ପ୍ରୟାସ କେବଳ ଏକ ଚାଲ | ବିଜୁ ଲିଗାସୀ କଣ ତାହା ଜନ ସାଧାରଣ ଦୀର୍ଘ ୩୦ ବର୍ଷ ଧରି ଦେଖି ଆସୁଥାନ୍ତି | ଯେଉଁମାନେ ବିଜୁ ଲିଗାସୀକୁ ଆଧାର କରି ରାଜନୈତିକ ଚାଲ ଖେଳୁଛନ୍ତି ତାଙ୍କ ଜମା ଠିକ ନୁହେଁ | ସେମାନେ ପ୍ରକୃତରେ ବିଜେଡ଼ିକୁ ଭାଙ୍ଗିବାକୁ ଚାହୁଁଛନ୍ତି ଆଉ ବିଜୁ ବାବୁଙ୍କ ବିଚାରଧାରାକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି | ତେବେ ଆଗକୁ ଏହି ବିଚାରଧାରା କେଉଁଭଳି ଭାବେ ଆଗକୁ ବଢିବ ତାହା ଆଗାମୀ ସମୟ କହିବ |

