Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନରେ ପାଖାପାଖି ବସିଲେ ନବୀନ-ପୀତାମ୍ବର! ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪: ବିଜେପିର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି | ପିତାମ୍ବର ଆଚାର୍ଯ୍ୟଙ୍କ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ପରେ ଏହି ଚର୍ଚ୍ଚା ସାମ୍ନାକୁ ଆସିଛି | ତେବେ ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ନିକଟରେ ଏକ ଗୁରୁତର ହାର୍ଟ ସର୍ଜରି ହୋଇ ସାରିଛି । ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ଲାଗି ନବୀନ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏନେଇ ନବୀନ ତାଙ୍କ ଦଳୀୟ ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ସୂଚନା ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛିଯେ, ଅନ୍ୟପଟେ ନବୀନ ଯେଉଁ ବିମାନରେ ନୂଆଦିଲ୍ଲୀ ଗସ୍ତ କରୁଥିଲେ ଠିକ ସେହି ବିମାନରେ ଏବଂ ତାଙ୍କ ପାଖ ସିଟରେ ଭାଜପା ବରିଷ୍ଠ ନେତା ତଥା ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ବସି ବସିଥିଲେ । ତେବେ ପୀତାମ୍ବର ତାଙ୍କ କାମ ଉଦ୍ଦେଶ୍ୟରେ ଯାଉଥିବା ବେଳେ ନବୀନଙ୍କ ସହ ଦେଖା ହେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହାସହ ନବୀନଙ୍କ ସହିତ ତାଙ୍କର ଏକ ଫଟୋ ଉଠାଇ ତାହା ପୋଷ୍ଟ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୯ ସାଧାରଣ ନିର୍ବାଚନ ଚାଲିଥିବା ସମୟରେ ନବୀନ ପଟ୍ଟନାୟକ ପୀତାମ୍ବର ହିଞ୍ଜିଳି ବିଧାନସଭା ଆସନ ନିର୍ବାଚନ ଲଢୁଥିଲେ ଆଉ ସେତିକିବେଳେ ତାଙ୍କ ବିପକ୍ଷରେ ଥିଲେ ଏବେର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ | ସେ ବିଜେପି ପକ୍ଷରୁ ପ୍ରାର୍ଥୀ ନବୀନଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ । ଆଉ ସେହି ନିର୍ବାଚନରେ ନବୀନ ପଟ୍ଟନାୟକ ବହୁ ଭୋଟରେ ଜିତିଥିବେ ବେଳେ ପୀତାମ୍ବର ପରାଜିତର ସମ୍ମୁଖୀନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ