Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ମୋଟେର ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନ ଦୟାଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୧୨/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ଡିତ ଦିନ ଦୟାଲ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୋଟେର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର କୁ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ରାଜ୍ୟରେ ମୋହନ ସରକାର ଙ୍କ ବିକଶିତ ଓଡିଶା ଓ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା କୁ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ,ମୋଟେର ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ,ବରିଷ୍ଠ ନେତା ନୀଳକଣ୍ଠ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ବରିଷ୍ଠ ନେତା ତ୍ରିନାଥ ଶବର ସମେତ ଅନ୍ୟ ନେତୃବୃନ୍ଦ ବିଭିନ୍ନ ପର୍ଯ୍ୟାୟରେ କର୍ମି ଙ୍କୁ ପ୍ରଶିକ୍ଷଣ ଶିବିର ରେ ଦଳୀୟ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ନେଇ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ ମୋଟେର ମଣ୍ଡଳ ସମ୍ପାଦକ ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଳ,କମଳ ଲୋଚନ ଦଳପତି,ଜିଲ୍ଲା ପ୍ରତିନିଧି ଚକ୍ରଧର ନାଏକ,ଯୁବମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ, ଓବିସି ମୋର୍ଚ୍ଚା ସଭାପତି ନବୀନ ଖର୍ସେଲ, ନିଲାଞ୍ଚଲ ରାଉତ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହି ପରିଚଳାନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ