Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ସଂସଦୀୟ ଦଳର ନେତା ହେଲେ ମାନସ ମଙ୍ଗରାଜ! ଉପନେତା ହେଲେ ସାଂସଦ ସୁଲତା ଦେଓ

ଭୁବନେଶ୍ୱର : ନିକଟରେ ବିଜେଡି ରାଜ୍ୟସଭାର ସଂସଦୀୟ ଦଳ ନେତା ପଦବୀରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା | କିଏ ହେବ ବିଜେଡି ସଂସଦୀୟ ଦଳ ନେତା ପଦବୀର ନୂଆ ସଦସ୍ୟ ଏହାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଥିଲା | ଏପରିକି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନବ ନିର୍ବାଚିତ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ଏହି ପଦବୀ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା | ଏବେ ସବୁ ଆଲୋଚନା ଏବଂ ଅନୁମାନର ପୂର୍ଣ୍ଣ ଛେଦ ପଡିଛି |

ବିଜେଡିର ସଂସଦୀୟ ଦଳର ନେତା ଭାବେ ମାନସ ମଙ୍ଗରାଜଙ୍କୁ ମିଳିଛି ଦାୟିତ୍ୱ | ଏହାସହିତ ବିଜେଡି ନେତ୍ରୀ ସୁଲତା ଦେଓଙ୍କୁ ଦଳ ପକ୍ଷରୁ ମିଳିଛି ଉପନେତା ଦାୟିତ୍ୱ । ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରେ ସାଂସଦ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତି କରାଯାଇଛି । ସେହିପରି ସାଂସଦ ସୁଲତା ଦେଓଙ୍କୁ ଦିଆଯାଇଛି ଉପନେତା ଦାୟିତ୍ୱ। ବିଗତ ଅଧିବେଶନ ମାନଙ୍କରେ ସାଂସଦ ଶ୍ରୀମତୀ ଦେଓ ନିଜର କାର୍ଯ୍ୟଦକ୍ଷତା ଭଲ ପ୍ରଦର୍ଶିତ କରିଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଦୃଢ଼ତାର ସହିତ ଉପସ୍ଥାପନ କରିଛନ୍ତି‌।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ