Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକରୀ ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି।

କୋକସରା:୨୮/୦୫ : ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ବେଳେ ଅଘଟଣ, ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି।
ରବିବାର ଧର୍ମଗଡ ରୁ ଚାରି ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା କୁ ଯାଇଥିଲେ।ବୁଲାବୁଲି କରିବା ଭିତରେ ଡୋକରି ଦର ଜଳପ୍ରପାତ ରେ ୪ ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ପଶିଥିଲା,ହେଲେ ଡୋକାରୀ ଦର ର ଅକାତ ଗଭୀର ରେ ଗାଧେଇବା ସମୟରେ ହଠାତ ଜଣେ ସାଙ୍ଗ ପାଣି ର ଗଭୀର ଭିତରକୁ ଯାଇ ଆଉ ଆସିବାରେ ସକ୍ଷମ ହୋଇ ପାରିଲା ନାହିଁ, ଅନ୍ୟ ୩ ଜଣ ସାଙ୍ଗ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଖୋଜ ଯୁବକ ହେଉଛନ୍ତି ଧର୍ମଗଡ ସହର ର ବ୍ୟବସାୟୀ ନରେଶ ଅଗ୍ରୱାଲ ଙ୍କ ପୁଅ ଅମନ ଅଗ୍ରୱାଲ(୨୫) ବୋଳି ଜଣାପଡିଛି। ଅନ୍ୟ ୩ ଜଣ ଯୁବକ ହେଲେ ଧର୍ମଗଡ ର ଅଭିଜିତ ପାଟଯୋଶୀ(୨୬)ଦିପେଶ ଅଗ୍ରୱାଲ(୨୬)ପ୍ରଭୁଦତ୍ତ ବେହେରା (୨୬) ବୋଳି ଜଣାପଡିଛି। ସାଙ୍ଗ ପାଣି ରେ ବୁଡିବା ଦେଖି ଅନ୍ୟ ୩ ଜଣ ସାଙ୍ଗ ସ୍ଥାନୀୟ ଉନ୍ନୟନ କମିଟିର ସଦସ୍ୟ ଙ୍କୁ ଜଣାଇଥିଲେ। ପରେ ଉନ୍ନୟନ କମିଟି ପକ୍ଷରୁ ଆମପାଣି ପୋଲିସ କୁ ଖବର ଦେଇଥିଲେ ପରେ ଘଟଣାସ୍ଥଳ ରେ ଆମପାଣି ପୋଲିସ ଓ କୋକସରା ଦମକଲ ବିଭାଗ ର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଲିଛି।ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ପରେ ମଧ୍ୟ ନିଖୋଜ ଯୁବକ ଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ,ଉନ୍ନୟନ କମିଟିର କର୍ମକର୍ତ୍ତା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ,ଦମକଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ