ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପୁଲିସର ତଦନ୍ତ
ସୁନ୍ଦରଗଡ଼, ୧୪|୪ : ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗଝରିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି | ଜଣେ ୧୮ ବର୍ଷୀୟା ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତକାଙ୍କ ନାମ ଭଗବତୀ ସିଂ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ , ଗତକାଲି ରାତିରେ ସେ ସ୍ୱାଭାବିକ ଭାବେ ଖାଇପିଇ ସାରି ସୋଇ ପଡ଼ିଥିଲେ । କିନ୍ତୁ ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠି ଶୋଇ ରହିଥିଲେ | ଏହାପରେ ପରିବାର ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଘର ଲୋକେ ଅନେକ ଥର ଡାକିବା ସତ୍ତ୍ୱେ ଯୁବତୀଙ୍କ ପାକହରାଉ କୌଣସି ଉତ୍ତର ମିଳି ନଥିଲା | ଏହାପରେ ବାଧ୍ୟ ହୋଇ ସେମାନେ ଘରଭିତରକୁ ପ୍ରବେଶ କରିଥିଲେ। ଆଉ ସେଠାରେ ଯୁବତୀଙ୍କୁ ଏକ ଓଢଣୀ ସାହାଯ୍ୟରେ ବନ୍ଧା ଅବସ୍ଥାରେ ଝୁଲିଥିବା ଦେଖିଥିଲେ। ଏହା ଦେଖିବା ପରେ ପରିବାରଲୋକେ ତୁରନ୍ତ ତାଙ୍କୁ ତଳକୁ ଓହ୍ଲାଇଥିଲେ । ମାତ୍ର ସେତେବେଳକୁ ଯୁବତୀଙ୍କର ମୃତ ହୋଇସାରିଥିବା ଜଣାପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ପରେ କୁତ୍ରା ପୁଲିସକୁ ସୂଚନା ଦିଆଯାଇଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିଥିବା ସହିତ ମୃତ୍ୟୁର ସ୍ପଷ୍ଟ କାରଣ ଜାଣିବା ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି | ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ଏବେ ସାରା ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି |

