Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣମାଧ୍ୟମରେ ଖବର ପ୍ରକାଶ କୁ ନେଇ ଅଧ୍ୟାପକ ଙ୍କ ଛାତ୍ର ଙ୍କୁ ଗାଳିଗୁଲଜ କୁ ନେଇ ପିଏମ୍ଇସି ଛାତ୍ରଙ୍କ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗୋପାଳପୁର, ୨୮/୫ ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜ ଯାନ୍ତ୍ରୀକ ମହାବିଦ୍ୟାଳୟରେ ଜନୈକ ଅଧ୍ୟାପକ ଙ୍କ ପକ୍ଷରୁ ଶନିବାର ଦିନ ର ଦାବିପତ୍ର ପ୍ରଦାନ ନେଇ ଗଣମାଧ୍ୟମରେ ଖବର ପ୍ରକାଶ କୁ ନେଇ କେତେକ ଛାତ୍ର ଙ୍କୁ ଗାଳିଗୁଲଜ କରିବା ପ୍ରତିବାଦରେ ଶତାଧିକ ଛାତ୍ର ଅପରାହ୍ନରେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଶନିବାର ଦିନ ହଷ୍ଟେଲ ଫି ହ୍ରାସ କରିବା ଓ ଗ୍ରୀଷ୍ମ ଛୁଟି ଦେବା ନେଇ ଦୁଇ ଦଫା ଦାବି ପୂରଣ କରିବା ପାଇଁ କଲେଜ କତୃପକ୍ଷଙ୍କୁ ଛାତ୍ର ଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା,କବଳରେ ପ୍ରକାଶିତ ଫୋଟୋରେ ଛାତ୍ର ଙ୍କୁ ଚିହ୍ନଟ କରି ଆଜି ଛାତ୍ରବାସର ସୁପରିଟେଣ୍ଡେଟ ସତ୍ୟ ପ୍ରକାଶ କିଛି ସିନିୟର ଛାତ୍ର ମାନଙ୍କୁ ଡ଼ାକି ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବାରୁ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଖବର ପାଇଁ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ବିକ୍ଷୋଭ ସ୍ଥଳରେ ପହଞ୍ଚି ଛାତ୍ରଙ୍କ ଆଲୋଚନା କରିଥିଲେ l ଅଧକ୍ଷ ପ୍ରତିଶୃତି ଦେବା ପରେ ଛାତ୍ର ମାନେ ବିକ୍ଷୋଭରୁ ଓହରି ଥିଲେ l ଏ ନେଇ ଛାତ୍ର ମାନଙ୍କ ସହ ଯୋଗାଯୋଗ ବେଳେ ଗତକାଲି ଦୁଇ ଦଫା ଦାବିର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଫୋଟୋ ଚିହ୍ନଟ କରିବା ସହ ଧମକ ଦେଇଥିଲେ l ଧମକ ଦେଇଥିବା ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l କଲେଜ ପକ୍ଷରୁ ଅଧ୍ୟାପକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି l ଏ ନେଇ ଅଧକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଗତକାଲି ଦୁଇ ଦଫା ଦାବିପତ୍ର ଦେଇଥିଲେ ଏହି ଘଟଣା ଆଜି ଗଣମାଧ୍ୟମରେ ପ୍ରକାଶ ପାଇଥିଵା ମୁଁ ଜାଣିପାରିଛି l ଛାତ୍ରଙ୍କ ଥିବା ଦୁଇ ଦଫା ଦାବି ହଷ୍ଟେଲ ଫି ହ୍ରାସକୁ ନେଇ କହିଥିଲେ ଯେ ୨୦୧୨ ଠାରୁ ସଂଶୋଧନ ହୋଇନାହିଁ l ଏହାକୁ କମିଟିରେ ଉପସ୍ଥାପନ କରିବା ପରେ ଯାହା ନିଷ୍ପତି ହେବ l ଦ୍ୱିତୀୟ ଦଫା ହେଲା ଗ୍ରୀଷ୍ମ ଛୁଟି ପ୍ରଦାନ ଏହି ଦାବି ଯୁକ୍ତିଯୁକ୍ତ l ଏ ନେଇ ବି ପି ୟୁ ଟି ସହ ଆଲୋଚନା କରିବା ପରେ ନିଷ୍ପତି ନିଆଯିବ କହିବା ସହ ଆଜି ଅଧ୍ୟାପକ କରିଥିବା ଦୁର୍ବ୍ୟବହାର ଶୃଙ୍ଖଳା କମିଟିରେ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ