Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜା ଗ୍ରାମର ଫାର୍ମ ହାଉସ୍ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଉଲୁଣ୍ଡା : ସୋମବାର , ସୁବର୍ଣ୍ଣପୁର ପୋଲିସ ତରଫରୁ, “ନି ସା ମୁକ୍ତ ଓଡିଶା” ଅଭିଯାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରଯାଇଥିଲା । ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. କେ. ହରିପ୍ରସାଦ. ବୀରମହାରାଜପୁର ଉପଖଣ୍ଡିୟ ଅଧିକାରୀ ହେମନ୍ତ ରାଓ ଓ ଉଲୁଣ୍ଡା ପୋଲିସ ଟିମ ଦ୍ଵାରା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୁଜା ଗ୍ରାମ ସ୍ଥିତ ଚକ୍ର ପାତ୍ର ଫାର୍ମ ହାଉସ ପରିସରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏହି ସଙ୍କ୍ରାନ୍ତରେ ୦୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ଏହା ପରେ, NDPS ଆଇନର ପ୍ରଚଳିତ ନିୟମ ପାଳନ କରି ମୋଟ ୮୫୩.୭୧୫ କି.ଗ୍ରା. ଗଞ୍ଜେଇ, ୦୧ ଟି ଟ୍ରକ, ୦୪ ଟି ଚାରି ଚକିଆ ବାହନ ଏବଂ ୦୪ ଗୋଟି ମୋଟର ସାଇକେଲ ଜବତ କରାଯାଇଛି । ସରକାରୀ ମୂଲ୍ୟାଙ୍କନ ଅନୁସାରେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୫,୩୭,୧୫୦/-ଟଙ୍କା ହେବ । ଏହି ସମ୍ପର୍କରେ Ulunda PS Case No. 66 Dt.13.04.2026 U/s-20(ii)(b)(C)/25/29 NDPS Act. ଏକ ମାମଲା ରୁଜୁ କରାଯାଇଛି ।
ଅପରାଧୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ସୂଚନା ଦେଇଛନ୍ତି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ