Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଆରି,ନିଆରି,ଚୁଡୁତିଆ ମହୁରୀ ତାଲୁକାର ବୈଠକ

ଗୋପାଳପୁର ,୨୮/୫, କରାପଲ୍ଲି ସ୍ଥିତ ଲିଆରୀ ମଣ୍ଡପ ଠାରେ ଆଜି ନିଖିଳ ଉତ୍କଳ ଲିଆରି,ନିଆରି,ଚୁଡୁତିଆ ମହୁରୀ ତାଲୁକାର ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଗତ ୨୧ ତାରିଖରେ ମା ଭୈରବୀ ପୀଠରେ ହୋଇଥିବା ମହାସଭାର ଆଲୋଚିତ ବିଷୟ ବସ୍ତୁକୁ ଉପସ୍ଥାପିତ କରାଯାଇଥିଲା। ଏବଂ ଏହି ମହାସଭାରେ ନୂତନ ଭାବେ ନିର୍ବାଚିତ ହୋଇଥିବା କେନ୍ଦ୍ରୀୟ ସଭାପତି ପ୍ରଫୁଲ୍ଲ କୁମାର ବେହେରା ଓ କେନ୍ଦ୍ରୀୟ ଉପଦେଷ୍ଟା ପଞ୍ଚୁ ବେହେରା ଙ୍କୁ ମହୁରୀ ତାଲୁକା ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ଏଥିରେ ତାଲୁକାର ସଭ୍ୟ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ଆଲୋଚନା ହେବା ସହ ମାସିକ ଆୟ ବ୍ୟୟର ହିସାବ ଗୃହୀତ କରାଯାଇଥିଲା। ଏହି ବୈଠକରେ ମହୁରୀ ତାଲୁକାର ବରିଷ୍ଠ ସଭ୍ୟ ଭାସ୍କର ବେହେରା, ଗୌରାଙ୍ଗ ବେହେରା, ଉପ ସଭାପତି ଦିଲୀପ କୁମାର ବେହେରା, ଶଙ୍କର ବେହେରା, ଜୟନ୍ତୀ ବେହେରା,
ଟୁନା ବେହେରା,ପ୍ରମୋଦ ବେହେରା ଙ୍କ ସମେତ ଅନ୍ୟାନ୍ୟ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ।