ବୀରମହାରାଜପୁର ରେ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା
ବୀରମହାରାଜପୁର : ସ୍ଥାନୀୟ ଚମ୍ପେଶ୍ୱର ଛକ ଠାରୁ ମଙ୍ଗଳବାର ସନ୍ଧ୍ୟା ୭. ୩0ମିନିଟ ସମୟରେ ବୀରମହାରାଜପୁର ବଜରଙ୍ଗ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବୀରମହାରାଜପୁର ମୁଖ୍ୟ ଛକ ପର୍ଯ୍ୟନ୍ତ ଯାଇଥିଲା l ଉକ୍ତ ଦିନ ପୂର୍ବାହ୍ନ ସମୟରେ ଆମ୍ୱେଦକର ଜୟନ୍ତୀ ଶୋଭାଯାତ୍ରାରେ ଯୋଗ ଦେଇଥିବା ସ୍ଥାନୀୟ ବିଧାୟକ ଇଁ ରଘୁନାଥ ଜଗଦଲା ଉପସ୍ଥିତ ରହିଥଲେ l ଆମ୍ୱେଦକର ସେବାସଙ୍ଘ ସଦସ୍ୟା ଙ୍କ ଦ୍ୱାରା ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଫୋଟକୁ ଟାଣି ଫାଡ଼ି ଗୋଡ଼ରେ ମାଡ଼ିଦେବା ଘଟଣା କୁ ନେଇ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା l ବଜରଙ୍ଗ ଦଳ ପକ୍ଷରୁ ବିଧାୟକଙ୍କୁ ବିରୋଧ କରିବା ସହ ଏଠାରୁ ନଗଲେ ଶୋଭାଯାତ୍ରା ହେବ ନାହିଁ ବୋଲି ଜିଦ ଧରିଥିଲେ l ବିଧାୟକ ସେଠାରୁ ଯିବା ପରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l ଆଜି ଏହି ଶୋଭାଯାତ୍ରାରେ ବଜରଙ୍ଗ ଦଳ ସଂଯୋଜକ ପ୍ରକାଶ ପଧାନ ଙ୍କ ନେତୃତ୍ୱରେ ନୀଳାମ୍ବର ହୋତା ଅଂଶୁମାନ ପଣ୍ଡା, ଶୁଭମ ପ୍ରିତମ ହୋତା, ରାକେଶ ବାରିକ, ଅବିନାଶ ଥନାପତି, ରମାକାନ୍ତ ହୋତl , ଅବନିଶ ହୋତl , ତ୍ରିନାଥ ସାହୁ , ଦୁର୍ଯୋଧନ ମେହେରଙ୍କ ସମେତ ୫00ରୁ ଉର୍ଦ୍ଧ୍ୱ ବଜରଙ୍ଗୀ ସାମିଲ ହୋଇଥିଲେ l ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ମାଜିଷ୍ଟ୍ରେଟ ଭାବରେ ଆଡିଶନାଲ କଲେକ୍ଟର ପ୍ରିତମ ମହାନ୍ତି , ସହକାରୀ ଆରକ୍ଷୀ ଅଧିକ୍ଷକ କେ ହରି ପ୍ରସାଦ , ପ୍ରତାପ କୁମାର ରଣା , ଆଇ ଆଇ ସି ସାରଙ୍ଗଧର ପାଣିଗ୍ରାହୀ ଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ l

