Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣବୀର ବ୍ରାର ହେଲେ ଓଡ଼ିଶାର ଫୁଡ୍ ଆମ୍ବାସଡର୍…

ଭୁବନେଶ୍ୱର, ୧୫|୪ : ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ବିଶ୍ୱମଞ୍ଚରେ ପହଞ୍ଚାଇବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରସିଦ୍ଧ ସେଲିବ୍ରିଟି ସେଫ୍ ରଣବୀର ବ୍ରାରଙ୍କୁ ଓଡ଼ିଶାର ଫୁଡ୍ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟର ବିଶିଷ୍ଟ ସ୍ୱାଦ ଓ ପାରମ୍ପାରିକତାକୁ ଦେଶ ଓ ବିଦେଶରେ ପ୍ରଚାର କରିବା । ‘ଓଡ଼ିଆ ପକ୍ଷ’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ପର୍ଯ୍ୟଟନ ବିଭାଗ ସହିତ ଏହା ସମ୍ବନ୍ଧୀୟ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

ରଣବୀର ବ୍ରାରଙ୍କ ସହିତ ‘ମାଷ୍ଟରସେଫ୍ ଇଣ୍ଡିଆ’ ସହଭାଗୀ ଅଞ୍ଜୁ ଓ ମଞ୍ଜୁ ଏବଂ ସିଜନ-୬ ର ବିଜେତା ଅଭିନାସ ନାୟକଙ୍କୁ ମଧ୍ୟ ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରଚାରର ଦାୟିତ୍ୱ ଦିଆଯାଇଛି । ନିଜ ନୂତନ ଭୂମିକା ପ୍ରତି ସନ୍ତୋଷ ପ୍ରକାଶ କରି ବ୍ରାର କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସହିତ ଓଡ଼ିଆ ଖାଦ୍ୟର ଅଲଗା ପରିଚୟ ରହିଛି ଓ ଏହାକୁ ବିଶ୍ୱସ୍ତରରେ ପରିଚିତ କରାଯିବା ଅତ୍ୟନ୍ତ ଆବଶ୍ୟକ । ସେ ଲୋକମାନଙ୍କୁ ଡିଜିଟାଲ ଓ ପ୍ରତ୍ୟକ୍ଷ ଭାବେ ଏହି ପ୍ରଚେଷ୍ଟାକୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି । ପର୍ଯ୍ୟଟନ ବିଭାଗର ଏହି ନୂଆ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ରୁଚି, ରେସିପି ଓ ଖାଦ୍ୟ ଐତିହ୍ୟକୁ ଆଧୁନିକ ମାଧ୍ୟମରେ ଆଗକୁ ନେବାକୁ ଯୋଜନା ରହିଛି । ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶାର ଫୁଡ୍ ଟୁରିଜମ୍‌କୁ ନୂଆ ଗତି ମିଳିବାର ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ