Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ରେଳ ଷ୍ଟେସନ୍‌ରୁ ଉଦ୍ଧାର ହୋଇଛନ୍ତି ୫୮ ନାବାଳକ

କଟକ, ୧୫ |୪: ଆଜି କଟକ ରେଳ ଷ୍ଟେସନ୍‌ରୁ ଆର୍‌ପିଏଫ୍‌ ଦ୍ୱାରା ୫୮ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ପାଖାପାଖି କଟକ ଷ୍ଟେସନ୍‌ରେ ଏକ ଟ୍ରେନ୍‌ରୁ ସମସ୍ତ ନାବାଳକ ଟ୍ରେନରୁ ଓହ୍ଲାଇଥିଲେ। ତେବେ ପ୍ଲାଟ୍‌ଫର୍ମରେ ଏକସଙ୍ଗେ ଏତେ ସଂଖ୍ୟାରେ ପିଲାଙ୍କୁ ଦେଖି କର୍ମଚାରୀଙ୍କ ସନ୍ଦେହ ହୋଇଥିଲା | ତେଣୁ ସମସ୍ତ ପିଲାଙ୍କୁ ଆର୍‌ପିଏଫ୍‌ କର୍ମଚାରୀ ପଚରାଉଚୁରା କରିଥିଲେ |

ତେବେ ପଚରାଉଚରା ବେଳେ ଜଣାପଡିଥିଲାଯେ, ବିହାର, ଆରାରିଆରୁ ଆସିଥିବା ଏହି ଅଣଓଡ଼ିଆ ନାବାଳକଙ୍କୁ ଧାର୍ମିକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଜଗତସିଂହପୁରକୁ ନିଆଯାଉଥିଲା। ଏହା ଜଣାପଡିବା ପରେ ସିଡବ୍ଲୁସିକୁ ଅବଗତ କରାଯିବ ସହିତ ଏନେଇ ଅଧିକ ତଦନ୍ତ ଜାରି ରହିଛି । ତେବେ ଏହି ଘଟଣାରେ ଜଣେ ମୌଲାନା ଧରାପଡ଼ିଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ