ଓଡ଼ିଆଙ୍କ ହକ ପାଇଁ ‘ଓଡ଼ିଶା ଜନତା କଂଗ୍ରେସ’ ଦୃଢତାର ସହିତ ଲଢିବ: ମହମ୍ମଦ ମୋକିମ
ଭୁବନେଶ୍ୱର, ୧୫ | ୪: ଆଜି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଓଡ଼ିଶା ରାଜନୀତିରେ ଏକ ନୂଆ ଦଳ ଭାବେ ଓଡ଼ିଶା ଜନତା କଂଗ୍ରେସର ଲୋକାର୍ପଣ ହୋଇଛି | ନୂଆ ଦଳ ଗଠନ ସହ ଶାସକ ଦଳ ବିରୁଦ୍ଧରେ ଏକ ବଡ ବୟାନ ଦେଇଛନ୍ତି ମୋକିମ। ସେ କହିଛନ୍ତିଯେ, ଓଡ଼ିଆଙ୍କ ହକ ପାଇଁ ‘ଓଡ଼ିଶା ଜନତା କଂଗ୍ରେସ’ ଦୃଢତାର ସହିତ ଲଢିବ । ଶାସକ ଦଳ ପାଇଁ ବଡ ବିକଳ୍ପ ହେବ ଜନତା କଂଗ୍ରେସ। ଏହାଛଡା ଆଗକୁ ଆସୁଛି ପଞ୍ଚାୟତ ନିର୍ଵାଚନ | ଏଥିପାଇଁ ଦୃଢତାର ସହିତ ଓଡ଼ିଶା ଜନତା କଂଗ୍ରେସ ଲଢ଼ିବା ବୋଲି ମୋକିମ କହିଛନ୍ତି | ମୋକିମଙ୍କ ମନ୍ତବ୍ୟକୁ ନେଇ ଏବେ ଶାସକ ଦଳ ଏବଂ ବିରୋଧୀ ଦଳମଧ୍ୟରେ ହଇଚଇ ସୃଷ୍ଟି କରିଛି | ଏହି ପରିପ୍ରେକ୍ଷୀରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ ସିଧାସଳଖ ଟାର୍ଗେଟ କରିଛନ୍ତି ମୋକିମ। ସେ କହିଛନ୍ତି, ପୂର୍ବ ସରକାରରେ ଓଡ଼ିଶାରେ ତାମିଲନାଡୁ କଣ୍ଟ୍ରାକ୍ଟର, ବାହାର ରାଜ୍ୟର ପୁଞ୍ଜିପତି, ଓଡ଼ିଶାକୁ ଶୋଷଣ କରୁଥିଲେ। ସେ ସରକାର ଏବଂ ବର୍ତ୍ତମାନର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସରକାର ପରିବର୍ତ୍ତନ ହେଲା କିନ୍ତୁ ପରିସ୍ଥିତି ସମାନ ଆଉ ତାରିକରେ କୌଣସି ପରିବର୍ତ୍ତନ ହୋଇନାହିଁ | ସେବେ ତାମିଲନାଡୁ ଆଉ ଏବେ ଗୁଜୁରାଟ ଢାଞ୍ଚା ଆସିଲା। ଏହାସହିତ କଂଗ୍ରେସ ଉପରେ ମଧ୍ୟ ଜୋରଦାର ବର୍ଷିଛନ୍ତି ମୋକିମ। ସେ କଂଗ୍ରେସକୁ ଆକ୍ଷେପ କରି କହିଛନ୍ତିଯେ, ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି।
ତେବେ ଓଡିଶାର ଯୁବବର୍ଗକୁ ରାଜନୀତି କ୍ଷେତ୍ରରେ ସଶକ୍ତ କରିବାକୁ ମୋକିମ ଗଢ଼ିଛନ୍ତି ଓଡ଼ିଶା ଜନତା କଂଗ୍ରେସ | ଏହି ଦଳ ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ| ନିକଟରେ ସୋଫିଆଙ୍କୁ ନୂଆ ଦଳର ଦାୟିତ୍ୱ ଦିଆଯିବ ବୋଲି ଆଲୋଚନା ହେଉଥିଲା | ଆଉ ଆଜି ସେ ଚର୍ଚ୍ଚାଧିରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି | କାରଣ ମହମ୍ମଦ ମୋକିମଙ୍କ ନୂଆ ଦଳ ଗଠନ ସଭାରେ ଝିଅ ସୋଫିଆ ଫିର୍ଦ୍ଦୋସ ସାମିଲ ହୋଇଛନ୍ତି | ରାଜ୍ୟସଭାରେ କ୍ରସ ଭୋଟିଂ କରି କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏହି ସଭାରେ ସାମିଲ ହେବାକୁ ନେଇ ଆଲୋଚନା ଜୋର ଧରିଛି | ଏପରିକି ନିଜେ ମହମ୍ମଦ ମୋକିମ କହିଛନ୍ତି, ଆଗକୁ ଓଡ଼ିଶା ଜନତା କଂଗ୍ରେସର ନେତୃତ୍ବ ନେବେ ସୋଫିଆ। ତେବେ ନୂଆ ଦଳ ଗଠନ ସଭାରେ ସାମିଲ ହେବାକୁ ନେଇ ବଡ ସୋଫିଆ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତିଯେ, ଅନେକ ରାଜନୈତିକ ସଭାରେ ଭିନ୍ନ ଭିନ୍ନ ଦଳର ନେତା ଏକାଠି ହେଉଛନ୍ତି। ଖୋଦ ପିସିସି ସଭାପତି ମଧ୍ୟ ବିଜେପି ସଭାପତି ଓ ବିଜେଡି ରାଜ୍ୟସଭା ସାଂସଦଙ୍କ ସହ ମଞ୍ଚ ସେୟାର କରୁଛନ୍ତି। ତେଣୁ ଏ ସଭାରେ ମୋର ସାମିଲ ହେବାରେ କୌଣସି ଅସୁବିଧା ନାହିଁ | ବାପା ନୂଆ ଦଳ ଗଠନ କରୁଛନ୍ତି, ଝିଅ ହିସାବରେ ସାମିଲ ହେବାରେ କୌଣସି ଅସୁବିଧା ନହିଁ । ତେବେ ଦଳରେ ସାମିଲ ହେବା ନ ହେବା ତାହା ଆଗାମୀ ସମୟ ଆସିଲେ ଜଣା ପଡିବ |

