Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ସିବିଏସଇ ଦଶମ ବୋର୍ଡର ପରୀକ୍ଷା ଫଳ

ନୂଆଦିଲ୍ଲୀ, ୧୫|୪ : ଆଜି ସିବିଏସଇ ଦଶମ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ହୋଇଛି। CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ସିବିଏସଇ ବୋର୍ଡ଼ରେ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ତେବେ ଓଡ଼ିଶାରୁ ପରୀକ୍ଷା ଦେଇଥିଲେ ୧ଲକ୍ଷ ପରୀକ୍ଷାର୍ଥୀ ।

ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମସ୍ତ ପରୀକ୍ଷା ବିଷୟ ଗୁଡ଼ିକ ଗୋଟିଏ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହୋଇଥିଲା | ସକାଳ ୧୦ଟା ୩୦ ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ପରୀକ୍ଷା ।

ତେବେ ଚଳିତବର୍ଷ ଦୁଇ ଥର ବୋର୍ଡ ପରୀକ୍ଷା କରିବା ନେଇ ସିବିଏସି ନିଷ୍ପତି ନେଇଥିବାରୁ ରେଜଲ୍ଟ ଶୀଘ୍ର ପ୍ରକାଶ କରାଯାଉଛି । ସେହିପରି ମେ’ ୧୫ ରୁ ଦ୍ବିତୀୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ