ହୋର୍ମୁଜ ପ୍ରଣାଳୀ ଖୋଲିବା ନେଇ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ! ଜାଣନ୍ତୁ ଆମେରିକା କଣ କହୁଛି…
ନୂଆଦିଲ୍ଲୀ,୧୬|୪; ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦୁଇ ମାସ ପାଖାପାଖି ହେବ ଯୁଦ୍ଧ ଲାଗି ରହିଛି | ଦିନକୁ ଦିନ ଏହି ଯୁଦ୍ଧ ଭୟାବହ ରୂପ ନେଉଛି | ଏହି ଯୁଦ୍ଧର ସବୁଠାରୁ ବଡ ପ୍ରଭାବ ପଡିଛି ଇନ୍ଧନ ଉପରେ | କାରଣ ହୋର୍ମୁଜ ପ୍ରଣାଳୀ ଏବେ ଉତ୍ତେଜନାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁଦ୍ଧର ଭୟାବହ ସ୍ଥିତିକୁ ଦେଖି ପ୍ରଥମେ ଇରାନ ଏହି ପ୍ରମୁଖ ସମୁଦ୍ର ପଥ ଦେଇ ଇନ୍ଧନ ଜାହାଜ ଚଳାଚଳ ବନ୍ଦ କରିଥିଲା ଆଉ ଏବେ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛି ଆମେରିକା | ତେବେ ଏହି ଦୁଇ ଦେଶ ମାନଙ୍କର ପରସ୍ପର ମଧ୍ୟରେ ଥିବା ବିବାଦକୁ କାରଣରୁ ଏବେ ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ନେଇ ଚିନ୍ତା ବଢିଛି । କିନ୍ତୁ ଇରାନ ପକ୍ଷରୁ ହୋର୍ମୁଜ ପ୍ରଣାଳୀକୁ ଖୋଲିବାକୁ ନେଇ କୌଣସି ପ୍ରକାରର ଅସୁବିଧା ନଥିବା ଅନୁମାନ ହେଉଛି | ରିପୋର୍ଟ ଅନୁଯାୟୀ, ଇରାନ ଏହି ମାର୍ଗ ସମ୍ପର୍କରେ ଆମେରିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି, ଯାହା ଅନୁଯାୟୀ ଜାହାଜଗୁଡିକୁ ସୁରକ୍ଷିତ ଭାବରେ ହୋର୍ମୁଜ ଦେଇ ଯିବାକୁ ଅନୁମତି ଦେଇପାରିବ ।
ତେବେ ଆମେରିକା ଏବଂ ଇରାନ ମଧ୍ୟରେ ହୋର୍ମୁଜ ପ୍ରଣାଳୀ ଉପରେ ଆଲୋଚନା ସଫଳ ହେବା ନେଇ ଆଶା କରାଯାଉଛି । ରଏଟର୍ସ ରିପୋର୍ଟର ଅନୁସାରେ , ଇରାନ, ଆକ୍ରମଣର ବିପଦ ବିନା ହର୍ମୁଜ୍ ପ୍ରଣାଳୀର ଓମାନ ପାର୍ଶ୍ୱ ଦେଇ ଜାହାଜଗୁଡ଼ିକୁ ମୁକ୍ତ ଭାବରେ ଚଳାଚଳ କରିବାକୁ ଅନୁମତି ଦେବା ନେଇ ବିଚାର କରିପାରେ। ଏପଟେ ଯୁଦ୍ଧ ଯୋଗୁଁ ବିଶ୍ବର ୨୦% ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଫେବ୍ରୁଆରି ୨୮ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କାରଣରୁ ଉପସାଗରରେ ୨୦,୦୦୦ ନାବିକ ଓ ସହସ୍ରାଧିକ ଜାହାଜ ଓ ଟ୍ୟାଙ୍କର ଅଟକି ରହିଛି। ତେବେ ୱାସିଂଟନ୍ ତେହେରାନର ଦାବି ପୂରଣ କରିବାକୁ ପ୍ରସ୍ତୁତ କି ନାହିଁ ତାହା ଉପରେ ନିର୍ଭର କରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ କୌଣସି ଉତ୍ତର ଦିଆଯାଇନାହିଁ |
ଦୀର୍ଘଦିନ ଧରି ବନ୍ଦ ରହିଥିବା ହର୍ମୁଜ ପ୍ରଣାଳୀକୁ ନେଇ ଇରାନ ଆମେରିକା ସମ୍ମୁଖରେ ଏକ ପ୍ରସ୍ତାବ ରଖିଛି, ଯାହାଦ୍ୱାରା ହର୍ମୁଜ ଦେଇ ଜାହାଜ ଗୁଡ଼ିକୁ ସୁରକ୍ଷିତ ଯିବାକୁ ଅନୁମତି ଦେଇପାରେ। ଇରାନ ଓମାନ ଦେଇ ଜାହାଜଗୁଡ଼ିକ ସୁରକ୍ଷିତ ଯାଇପାରିବ ବୋଲି କହିଛି। ରଏଟର୍ସର ଏକ ରିପୋର୍ଟରେ ତେହେରାନ ସହିତ ଜଡ଼ିତ ସୂତ୍ର ଅନୁଯାୟୀ ଏହି ସୂଚନା ଦେଇଛି। ତେବେ ଏହାକୁ ଲାଗୁ କରିବାକୁ ଇରାନ ସର୍ତ୍ତ ରଖିଛି। କିନ୍ତୁ ଏହି ସର୍ତ୍ତକୁ ଆମେରିକା ମାନିବ କି ନା? ତାହା ଆଗାମୀ ସମୟ କହିବା କିନ୍ତୁ ଆମେରିକା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ |

