ପ୍ଲଟ୍ ବ୍ୟବସାୟୀଙ୍କୁ ଅପହରଣ ! ଘଟଣାରେ ପୋଲିସର ତଦନ୍ତ
ବ୍ରହ୍ମପୁର, ୧୬|୪: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ! ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ ଉଠାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ,ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଧୀରଙ୍କ ବାଇକ୍କୁ ଉଦ୍ଧାର କରି ଥାନାକୁ ନେଇଛି। ତେବେ ବ୍ୟବସାୟୀ ସୁଧୀର ପାତ୍ର ବାଲୁଗାଁ ସହ ଧରାକୋଟ ଅଞ୍ଚଳରେ ମଧ୍ୟ ପ୍ଲଟ ବ୍ୟବସାୟ କରୁଥିଲେ। ତାଙ୍କୁ ଏହି ଅପହରଣ ପଛରେ ଜମି କାରବାର ଓ ଟଙ୍କା କାରବାର ଥିବା ସନ୍ଦେହ କରାଯାଉଛି।

