Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲସ୍କର-ଏ-ତୈବାର ସହ-ପ୍ରତିଷ୍ଠାତା ଆମିର ହମଜାଙ୍କୁ ଦିନ ଦ୍ଵିପହରେ ଗୁଳିମାଡ଼!

ନୂଆଦିଲ୍ଲୀ, ୧୬ |୪: ‘ଲସ୍କର-ଏ-ତୈବା’ ର ସହ -ପ୍ରତିଷ୍ଠାତା ତଥା କୁଖ୍ୟାତ ଆତଙ୍କବାଦୀ ଆମିର ହମଜାଙ୍କୁ ଲାହୋରରେ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ହମଜାଙ୍କ ଅବସ୍ଥା ଗୁରୁତର ରହିଛି | ସୂଚନା ଅନୁସାରେ , ଏହି ଅଜ୍ଞାତ ଆକ୍ରମଣକାରୀମାନେ ଲାହୋରରେ ଏକ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟାଳୟ ବାହାରେ ହମଜାଙ୍କୁ ଗୁଳି ଚଳାଇ ଆକ୍ରମଣ କରିଥିଲେ | ଆଉ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ହମଜା | ଏହାପରେ ତାଙ୍କୁ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ସଙ୍ଗୀନ ରହିଛି।

ତେବେ ଆମିର ହମଜା ଆତଙ୍କବାଦୀ ହାଫିଜ୍ ସଇଦ ସହିତ ମିଶି ଲସ୍କର-ଏ-ତୈବା ପ୍ରତିଷ୍ଠା କରିଥିଲେ। ଆଉ ଭାରତରେ ହୋଇଥିବା ଅନେକ ଆକ୍ରମଣ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ତାଙ୍କର ସମ୍ପୃକ୍ତ ରହିଛି |

ଆମିର ହମଜା ଆଫଗାନ ମୁଜାହିଦିନର ଜଣେ ପୁରୁଖା ସଦସ୍ୟ। ସେ ନିଜର ଭାଷଣ ଏବଂ ଲେଖା ପାଇଁ ବେଶ ପରିଚିତ । ସେ ଏଲ୍ ଇ ଟିର ପତ୍ରିକା ‘ମଜାଲ୍ଲାହ ଅଲ-ଦାୱା’ ର ପ୍ରତିଷ୍ଠାତା ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୨୦୦୨ ରେ ‘କାଫିଲା ଦାୱତ ଔର ଶାହଦତ’ ପୁସ୍ତକ ଲେଖିଥିଲେ, ଯାହା ଉଗ୍ରବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ ଯୋଗାଉଥିଲା। ହାମଜା ସଂଗଠନର ପାଣ୍ଠି ସଂଗ୍ରହ, ନିଯୁକ୍ତି ଓ ରଣନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଗତ ୨୦୧୮ ମସିହାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏଲଇଟି ସହିତ ଜଡିତ ଦାତବ୍ୟ ସଂଗଠନ ଜମାତ-ଉଦ୍-ଦାୱା ଏବଂ ଫଲାହ-ଏ-ଇନସାନିୟତ ଫାଉଣ୍ଡେସନ ବିରୁଦ୍ଧରେ ନିଆଯାଇଥିବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ପରେ ହମଜା ଲସ୍କରରୁ ସଂଗଠନରୁ ନିଜକୁ ଦୂରେଇ ରଖିଥିଲେ | ଯାହାର ପରବର୍ତ୍ତୀ ସମୟରେ, ସେ ‘ଜୈଶ-ଏ-ମନକାଫା’ ନାମକ ଏକ ପୃଥକ ଗୋଷ୍ଠୀ ଗଠନ କରିଥିଲେ | ତେବେ ଜମ୍ମୁ ଏବଂ କାଶ୍ମୀର ଏବଂ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଏହି ଦଳର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ