Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜୁରାଟରୁ ଆସିଛି ଏକ ଦୁଖଦଃ ଘଟଣା;ଦୁଇ ଛୁଆଙ୍କୁ ବିଷ ଦେଇ ନିଜେ ପିଇ ଆତ୍ମହତ୍ୟା କଲା ମା’!

ଗୁଜୁରାଟ ,୧୬।୪: ଜଣେ ମା’ ତାଙ୍କ ଦୁଇ ନିର୍ଦ୍ଦୋଷ ଝିଅଙ୍କୁ ବିଷ ପିଆଇବା ପରେ ଆତ୍ମହତ୍ୟା କରିଛନ୍ତି । ଗୁଜୁରାଟର ସୁରଟ ସହରରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପରିବାର ସଦସ୍ୟ ଭାଙ୍ଗି ପଡିଛନ୍ତି | ଏହି ଘଟଣାରେ ସମଗ୍ର ଅଞ୍ଚଳବାସୀ ସ୍ତବ୍ଧ ହୋଇ ପଡିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି ଯେ, ମୃତ୍ୟୁ ପୂର୍ବରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଫୋନ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଥିଲେ |

ସୂଚନା ଅନୁସାରେ, ସବୁଦିନ ଭଳି ସେଦିନ ଅପରାହ୍ନରେ ମଧ୍ୟ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଝିଅ ଏକାଠି ବସି ଭୋଜନ କରିଥିଲେ। ଭୋଜନ ପରେ ସ୍ୱାମୀ କାମକୁ ଚାଲିଯାଇଥିଲେ | କିନ୍ତୁ, ତାଙ୍କ ଯିବାର କିଛି ସମୟ ପରେ, ଏହି ଭୟଙ୍କର ଘଟଣା ଘଟିଥିଲା | ସ୍ୱାମୀ ଚାଲିଯିବା ପରେ, ମହିଳା ଜଣକ ପାଣିରେ ବିଷ ମିଶାଇ ପ୍ରଥମେ ତାଙ୍କ ଦୁଇ ଝିଅଙ୍କୁ ପିଆଇ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ, ସେ ନିଜେ ବିଷ ଖାଇ ଦେଇଥିଲେ, ଯାହା ଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ ଜୀବନ ଚାଲି ଯାଇଥିଲା ।

ସୂଚନାଯୋଗ୍ୟ , ତାଙ୍କ ଛୋଟ ଝିଅମାନଙ୍କୁ ବିଷ ଦେଇ ନିଜେ ଖାଇବା ପରେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଏହି ଆତ୍ମହତ୍ୟା ଘଟଣା ବିଷୟରେ ଜଣାଇବା ପାଇଁ ଫୋନ୍ ମଧ୍ୟ କରିଥିଲେ। ଆଉ ଏହି ଘଟଣା ବିଷୟରେ ସ୍ୱାମୀ ଜାଣିବା ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ମହିଳା ଜଣକ ତାଙ୍କୁ କହିଥିଲେ ଯେ, ସେ ଆଉ ବଞ୍ଚିବାକୁ ଚାହାଁନ୍ତି ନାହିଁ ଏବଂ ନିଜେ ବିଷ ପିଇବା ପୂର୍ବରୁ ସେ ତାଙ୍କ ଦୁଇ ଝିଅଙ୍କୁ ବିଷ ଖୁଆଇ ସାରିଛନ୍ତି । ଏହା ଶୁଣିବା ପରେ ସ୍ୱାମୀ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଭାଇଭଉଣୀଙ୍କୁ ଘରକୁ ଶୀଘ୍ର ଯିବାକୁ କହିଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା | ଦୁଇ ଝିଅ ଏବଂ ମା’ଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ଏହି ଆତ୍ମହତ୍ୟା ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ | ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ