ଆଜିଠୁ ଓଡ଼ିଶାରେ ଜନଗଣନା ଆରମ୍ଭ; ଲୋକଙ୍କୁ ପଚରାଯିବ ଏହି ୩୩ଟି ପ୍ରଶ୍ନ!
ଭୁବନେଶ୍ୱର, ୧୬|୪ : ଆଜିଠୁ ରାଜ୍ୟବ୍ୟାପୀ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଦୁଇଟି ପର୍ଯ୍ୟାୟରେ କରାଯିବା ସହ ପ୍ରଥମ ପର୍ଯ୍ୟାୟରେ ଘର ଓ ପରିବାର ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରାଯିବ । ଏହି ପର୍ଯ୍ୟାୟରେ ଲୋକମାନଙ୍କୁ ମୋଟ ୩୩ଟି ପ୍ରଶ୍ନ ପଚରାଯିବ । ଏଥିରେ ଘରର ଅବସ୍ଥା, ଘରର ମାଲିକାନା, ପରିବାରରେ ରହୁଥିବା ସଦସ୍ୟଙ୍କ ସଂଖ୍ୟା, ପାଣି ଓ ବିଦ୍ୟୁତ ସୁବିଧା, ଶୌଚାଳୟ, ଇଣ୍ଟରନେଟ୍ ସୁବିଧା, ଯାନବାହନ, ମୋବାଇଲ ଓ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ହେବ ।
ଏହାସହ ଘରର ନିର୍ମାଣ ପ୍ରକାର, ବାସସ୍ଥାନର ବ୍ୟବହାର, ପରିବାର ମୁଖ୍ୟଙ୍କ ବିବରଣୀ ଓ ଜୀବନ ଶୈଳୀ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ମଧ୍ୟ ରହିଛି। ଏହି ସମସ୍ତ ତଥ୍ୟ ଭବିଷ୍ୟତ ଯୋଜନା ଓ ସରକାରୀ ନୀତି ଗଠନରେ ଉପକାରୀ ହେବ । ଜନଗଣନା ଏଥର ପ୍ରଥମଥର ପାଇଁ ଡିଜିଟାଲ ଭାବେ କରାଯାଉଛି ଏବଂ ଲୋକମାନେ ନିଜେ ମଧ୍ୟ ଅନଲାଇନ୍ରେ ତଥ୍ୟ ଦେବାର ସୁବିଧା ପାଇବେ । ଏହି ଗଣନା ଗୋଟିଏ ମାସ ପାଇଁ ଜାରି ରହିବ ଏବଂ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା |ତେବେ ଏଥର ଜନଗଣନାରେ ପଚରାଯିବ କେଉଁ ୩୩ ପ୍ରଶ୍ନ ପଚରାଯିବ ଜାଣି ରଖନ୍ତୁ…
୧. ବିଲ୍ଡିଂ ନମ୍ବର (ପୌରପାଳିକା କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଜନଗଣନା ନମ୍ବର)
୨. ଜନଗଣନା ଘର ନମ୍ବର
୩. ଜନଗଣନା ଘରର ଚଟାଣ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ
୪. ଜନଗଣନା ଘରର କାନ୍ଥ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ
୫. ଜନଗଣନା ଘରର ଛାତ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ
୬. ଜନଗଣନା ଘରର ବ୍ୟବହାର ଉଦ୍ଦେଶ୍ୟ
୭. ଜନଗଣନା ଘରର ଅବସ୍ଥା
୮. ପରିବାର (Household) ନମ୍ବର
୯. ପରିବାରରେ ରହୁଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା
୧୦. ପରିବାର ମୁଖ୍ୟଙ୍କ ନାମ
୧୧. ପରିବାର ମୁଖ୍ୟଙ୍କ ଲିଙ୍ଗ
୧୨. ପରିବାର ମୁଖ୍ୟ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟାନ୍ୟ ବର୍ଗର କି?
୧୩. ଜନଗଣନା ଘରର ମାଲିକାନା ସ୍ଥିତି
୧୪. ପରିବାର ପାଖରେ ଥିବା କକ୍ଷ ସଂଖ୍ୟା
୧୫. ପରିବାରରେ ରହୁଥିବା ବିବାହିତ ଦମ୍ପତିଙ୍କ ସଂଖ୍ୟା
୧୬. ପାନୀୟ ଜଳର ମୁଖ୍ୟ ଉତ୍ସ
୧୭. ପାନୀୟ ଜଳ ଉତ୍ସର ଉପଲବ୍ଧତା
୧୮. ଆଲୋକର ମୁଖ୍ୟ ଉତ୍ସ
୧୯. ଶୌଚାଳୟର ସୁବିଧା
୨୦. ଶୌଚାଳୟର ପ୍ରକାର
୨୧. ଅପରିଷ୍କାର ଜଳ ନିଷ୍କାସନ ପଥ
୨୨. ସ୍ନାନ ସୁବିଧାର ଉପଲବ୍ଧତା
୨୩. ରୋଷେଇ ଘର ଏବଂ LPG/PNG ସଂଯୋଗର ଉପଲବ୍ଧତା
୨୪. ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଜାଳେଣି
୨୫. ରେଡିଓ/ଟ୍ରାଞ୍ଜିଷ୍ଟର
୨୬. ଟେଲିଭିଜନ
୨୭. ଇଣ୍ଟରନେଟ୍ ସୁବିଧା
୨୮. ଲ୍ୟାପଟପ୍/କମ୍ପ୍ୟୁଟର
୨୯. ଟେଲିଫୋନ୍/ମୋବାଇଲ୍ ଫୋନ୍/ସ୍ମାର୍ଟଫୋନ୍
୩୦. ସାଇକେଲ୍/ସ୍କୁଟର/ମୋଟରସାଇକେଲ୍/ମୋପେଡ୍
୩୧. କାର୍/ଜିପ୍/ଭ୍ୟାନ୍
୩୨. ପରିବାରରେ ବ୍ୟବହୃତ ମୁଖ୍ୟ ଖାଦ୍ୟଶସ୍ୟ
୩୩. ମୋବାଇଲ୍ ନମ୍ବର (କେବଳ ଜନଗଣନା ସମ୍ବନ୍ଧୀୟ ଯୋଗାଯୋଗ ପାଇଁ)

