Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଲିକା ପଣାଯାତ୍ରାରେ ଜୀବନକୁ ବିପଦ!

ଭୁବନେଶ୍ଵର, ୧୭ | ୪: ପଣା ଯାତ୍ରା ସମୟରେ ଚିଲିକା ହ୍ରଦରେ ଡଙ୍ଗା ଚଳାଚଳକୁ ନେଇ ଗୁରୁତର ଅବ୍ୟବସ୍ଥା ଦେଖାଦେଇଛି। ନିୟମକୁ ଅମାନ୍ୟ କରି ଏକ ଡଙ୍ଗାରେ ଅତ୍ୟଧିକ ଯାତ୍ରୀଙ୍କୁ ନେଇଯାଉଥିବା ଦୃଶ୍ୟ ସମ୍ମୁଖକୁ ଆସିଛି, ଯାହା ଯାତ୍ରୀଙ୍କ ଜୀବନକୁ ଭୟଙ୍କର ବିପଦରେ ପକାଇଛି।

ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ପଣା ଯାତ୍ରାର ଆନନ୍ଦ ଉଠାଇବାକୁ ବଡ଼ ସଂଖ୍ୟାରେ ଚିଲିକାକୁ ଯାଉଥିବା ବେଳେ, ଡ଼ଙ୍ଗା ଚାଳକମାନେ ସୁରକ୍ଷା ନିୟମକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଲାଇଫ୍‌ ଜାକେଟ୍‌ ବ୍ୟବସ୍ଥା ନଥିବା ସହିତ ଡଙ୍ଗାରେ ଅତ୍ୟଧିକ ଭିଡ଼ ଯାତ୍ରାକୁ ଆଉ ଅଧିକ କ୍ଷତି ପୂର୍ଣ୍ଣ କରିଦେଇଛି।

ଏପରି ଅସାବଧାନତା ଦୁର୍ଘଟଣାକୁ ଆମନ୍ତ୍ରଣ ଦେଇପାରେ ବୋଲି ଚିନ୍ତା ବ୍ୟକ୍ତ କରାଯାଉଛି। ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେବା ସହ ସୁରକ୍ଷା ନିୟମ ପାଳନ ନିଶ୍ଚିତ କରିବାକୁ କରିବା ଉଚିତ୍ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ