Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଫିଲ୍ମ, ‘ବୋଉ ବୁଟୁ ଭୂତ’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ୱର, ୧୭|୪: ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ଅତି ଗର୍ବର ବିଷୟ । ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ INCA ଆୱାର୍ଡ୍ସରେ ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ମିଳିଛି ପୁରସ୍କାର | ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମିଳିଛି ସମ୍ମାନ| ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ INCA ଉତ୍ସବରେ ବଲିଉଡ୍ ଓ ସାଉଥ୍ ତାରକାଙ୍କ ଗହଣରେ ଓଡ଼ିଆ ଫିଲ୍ମକୁ କରାଯାଇଛି ପୁରସ୍କୃତ।

ତେବେ ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ ଆଜି ଜାତୀୟ ସ୍ତରରେ ଏକ ନୂଆ ଇତିହାସ ରଚିଛି । ସୂଚନା ଅନୁସାରେ, ୨୦୨୫ ମସିହାର ସାରା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ‘ବୋଉ ବୁଟୁ ଭୂତ’କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ଏହି ପୁରସ୍କାର ବିତରଣ ଉତ୍ସବରେ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ସିନେମାର ବହୁ ପ୍ରମୁଖ କଳାକାର ଓ ନିର୍ଦ୍ଦେଶକ ଯୋଗ ଦେଇଥିଲେ ।

ଓଡ଼ିଆ ଫିଲ୍ମର ଜାତୀୟ ସ୍ତରରେ ଏହି ଅପୂର୍ବ ସଫଳତା ପାଇଁ ସିନେମାର ସମଗ୍ର ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ଏହା କେବଳ ଏକ ସିନେମାର ବିଜୟ ନୁହେଁ, ବରଂ ଓଡ଼ିଆ କାହାଣୀ, ସଂସ୍କୃତିର ବିଜୟ ଭାବେ ମନାଯାଉଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ