Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ଙ୍କୁ ନିର୍ଯାତନା ଦେଉଥିବା ପଡୋଶୀଙ୍କ ନାମରେ ଅଭିଯୋଗ କରିବାରୁ ଶେଷରେ ଜୀବନ ହରାଇଲେ; ଭଗବାନକୁ ଛୁରୀ ଭୁସି ହତ୍ୟା କଲେ ପଡୋଶୀ

ବ୍ରହ୍ମପୁର, ୧୭ | ୪: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରୁ ଆସିଛି ଏକ ଅଭାବନୀୟ ଘଟଣା | ଯେଉଁଠି ଦୁଇ ପରିବାର ମଧ୍ୟରେ ଝଗଡା ତୀବ୍ର ରୂପ ନେଇ ପରବର୍ତ୍ତୀ ସମୟରେ ଛୁରା ମାଡ଼ରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ତେବେ ମୃତକ ଜଣକ ହେଲେ କେ. ଭଗବାନ ରେଡ୍ଡୀ। ଏବେ ଏହି ମାମଲାରେ ଅଭିଯୁକ୍ତ ତଥା ସାହିର କେ. ଲିଙ୍ଗା ରେଡ୍ଡୀ ଓ ତାଙ୍କ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ରେଡିକା ସାହିର କେ. ଲିଙ୍ଗା ରେଡ୍ଡୀ ନିଜ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀ, ବୃଦ୍ଧା ମା’ ପାରୁ ରେଡ୍ଡୀ ଓ ତିନି ଝିଅଙ୍କ ସହ ରହୁଥିଲେ। ତେବେ ଲିଙ୍ଗା ରେଡ୍ଡୀ ଓ ତାଙ୍କ ପତ୍ନୀ ବୃଦ୍ଧା ମା’ଙ୍କୁ ଖରାପ ବ୍ୟବହାର କରିବା ସହ ଅବହେଳା କରୁଥିବା ନେଇ ପଡ଼ୋଶୀ କେ. ଭଗବାନ ରେଡ୍ଡୀ ଓ ତାଙ୍କ ପତ୍ନୀ ଜ୍ୟୋତି ରେଡ୍ଡୀ ସବୁବେଳେ ବିରୋଧ କରି ଆସୁଥିଲେ। ଏପରିକି ବୃଦ୍ଧାଙ୍କୁ ନିର୍ଯାତନା ଦିଆଯାଉଥିବା ଭିଡିଓ ଓ ଫଟୋ ଉତ୍ତୋଳନ କରି ଭଗବାନ ଦୂରରେ ରହୁଥିବା ପାରୁ ରେଡ୍ଡୀଙ୍କ ଅନ୍ୟ ଜଣେ ଝିଅଙ୍କୁ ପଠାଇଥିଲେ। ଆଉ ଏହାକୁ କେନ୍ଦ୍ର କରି ଗତକାଲି ରାତିରେ ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଆଉ ସେହି ବିବାଦ ପରେ ତୀବ୍ର ରୂପ ନେଇଥିଲା | ଏଥିରେ ଲିଙ୍ଗା ରେଡ୍ଡୀ ଏକ ଛୁରା ସାହାଯ୍ୟରେ ଭଗବାନ ରେଡ୍ଡୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଗୁରୁତର ଭାବେ ଆହତ ହୋଇଥିବା ଭଗବାନଙ୍କୁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବଡ଼ବଜାର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ