ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୧୮ ରୁ ୨୧ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର, ୧୭ |୪ : ରାଜ୍ୟରେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି | ପଶ୍ଚିମ ଓଡ଼ିଶାରେ ସର୍ବଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି | ତେବେ ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୧୮ ରୁ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି ହେବା ନେଇ ଘୋଷଣା କରାଯାଇଛି। ଜିଲ୍ଲାରେ ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି । ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ।

