ବିଡିଏର ବୁଲଡୋଜର ଆକ୍ସନ୍: ୩ ଦିନ ଧରି ଚାଲିବ ଜବର ଦଖଲ ଉଚ୍ଛେଦ ଅଭିଯାନ
ଭୁବନେଶ୍ୱର, ୧୭|୪ : ଭୁବନେଶ୍ୱରରେ, ଭରତପୁର ଶ୍ୟାମପୁର ଅଞ୍ଚଳରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରାୟ ୬୮ ଏକର ଜମିରେ ଚାଲିଛି ଏହି ଜବରଦଖଲ ଉଛେଦ ପ୍ରକ୍ରିୟା । ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇଥିବା ଅନଧିକୃତ ଗଠନଗୁଡ଼ିକୁ ଭାଙ୍ଗିବା ପାଇଁ ବଡ଼ ମାତ୍ରାରେ ଉଚ୍ଛେଦ କାର୍ଯ୍ୟ ଚାଲିଛି। ସୂଚନା ଅନୁଯାୟୀ, ଏହି ଉଚ୍ଛେଦ ଅଭିଯାନ ତିନି ଦିନ ଧରି ଚାଲିବ। ବିଡିଏ, ବିଏମସି ଓ ଅନ୍ୟାନ୍ୟ ବିଭାଗର ସଂଯୁକ୍ତ ଟିମ୍ ଏବଂ ଆଇନର ମିଳିତ ସହଯୋଗରେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଉଛି।
ଏହି ଅଭିଯାନରେ ନିର୍ମାଣ ହୋଇଥିବା ବହୁ ଅବୈଧ ଘର, ଦୋକାନ ଓ ଅନ୍ୟାନ୍ୟ ସବୁକୁ ଭଙ୍ଗା ଯାଉଛି। ପୂର୍ବରୁ ମଧ୍ୟ ଏପରି ଅଭିଯାନରେ ଶତାଧିକ ଅବୈଧ ଗୃହ ଭଙ୍ଗା ଦିଆଯାଇଥିଲା ଏବଂ ଏହା ସହରର ବିକାଶ ପାଇଁ କରାଯାଉଥିବା ଏକ ପ୍ରମୁଖ ପଦକ୍ଷେପ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସରକାରଙ୍କ କହିବା ଅନୁସାରେ, ସହରରେ ସଡ଼କ ବିକାଶ ଓ ଯାତାୟାତ ସୁବିଧା ବଢ଼ାଇବା ପାଇଁ ଏହି ଅବୈଧ ଦଖଲ ହଟାଯାଉଛି। ତେବେ ପ୍ରଭାବିତ ପରିବାରମାନଙ୍କ ପୁନର୍ବାସନ ନେଇ ମଧ୍ୟ ଆଶ୍ୱାସନ ଦିଆଯାଇଛି।

