Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ଵ ବିଭାଗ ପକ୍ଷରୁ ଜାରି ହେଲା ଏସ୍‌ଓପି; ଅଧିକ ଖରା ହେବା ସ୍ଥାନରେ ନିର୍ମାଣ ହେବ ଆଶ୍ରୟସ୍ଥଳୀ, ଡ୍ରାଇଭର ମାନଙ୍କ ପାଇଁ ଓଆର୍‌ଏସ୍‌ ଏବଂ ପାଣିର ବ୍ୟବସ୍ଥା

ଭୁବନେଶ୍ଵର, ୧୮ | ୪ : ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି । ଯେଉଁ ସ୍ଥାନରେ ଅଧିକ ଅଧିକ ଖରା ହେଉଛି ସେହି ଅଞ୍ଚଳମାନଙ୍କରେ ନିର୍ମାଣ ହେବ ଆଶ୍ରୟସ୍ଥଳୀ । ରାସ୍ତାରେ ଯାନବାହନ ନେଇ ଯାତାୟାତ କରୁଥିବା ଡ୍ରାଇଭର ମାନଙ୍କ ପାଇଁ ଓଆରଏସ୍‌ ସହିତ ପାନୀୟ ବ୍ୟବସ୍ଥା ମଧ୍ୟ କରାଯିବ | ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ତେବେ ୨୦ ମିନିଟ୍ ସମୟସୀମା ମଧ୍ୟରେ ଆମ୍ବୁଲାନ୍ସ କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଂଶୁଘାତ ଜନିତ ମୃତ୍ୟୁ ଘଟଣାରେ ରିପୋର୍ଟ ପାଇବାର ୨୪ ଘଣ୍ଟାରେ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ଏହି ଏସ୍‌ଓପିରେ ଉଲ୍ଲେଖ କରାଯାଇଛି । ତେବେ ଏସି ନଥିବା ଗାଡି ଗୁଡିକରେ ଯାତ୍ରା କରୁଥିବା ଯାତ୍ରୀଙ୍କର ଯଦି କିଛି ଅସୁବିଧା ହୁଏ ତେବେ ସେଥିପାଇଁ ଗାଡିର ମାଲିକ ଦାୟୀ ରହିବେ | ଏନେଇ ଜିଲ୍ଲାପାଳଙ୍କ ସହିତ ଭିସିରେ ବୈଠକ ଆଲୋଚନା କରିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ସେହିପରି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି | ନିଜ ନିଜ ଜିଲ୍ଲାର ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ଛୁଟିହେବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ