Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲା ରାଜ୍ୟ ଯୋଜନା ବୋର୍ଡର ନାମ ; ହେବ SITI ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର , ୧୮ | ୪ : ବଦଳିଲା ରାଜ୍ୟ ଯୋଜନା ବୋର୍ଡର ନାମ | ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା SITI-Odisha ନାମରେ ନାମିତ ହେବ ଏବେ ରାଜ୍ୟ ଯୋଜନା ବୋର୍ଡ | ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ‘ସଂକଳ୍ପ’ ମାଧ୍ୟମରେ ‘SITI ଓଡ଼ିଶା’କୁ ବାସ୍ତବ ରୂପ ଦେଇଛନ୍ତି ସରକାର। ଆସନ୍ତା ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ରେ ପରିଣତ କରିବା ରହିଛି ସରକାରଙ୍କ ମୁଖ୍ୟ ଲକ୍ଷ | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବେ ଗଭର୍ଣ୍ଣିଂ କାଉନସିଲ୍‌ର ଅଧକ୍ଷ। ଏହା ସହିତ, ଜଣେ ଉପାଧ୍ୟକ୍ଷ, ୪ ପୂର୍ଣ୍ଣକାଳୀନ ସଦସ୍ୟ, ୯ ଜଣ ପଦାଧିକାରୀ ଏବଂ ୨ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପଡିବ । ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀ ପଦବୀରେ ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ନିଯୁକ୍ତ କରିବେ ।

ସୂଚନା ଅନୁସାରେ, ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ। ଏହାସହିତ IAS କ୍ୟାଡରରେ ପ୍ରମୁଖ ସଚିବ କିମ୍ବା କମିସନର-କମ୍-ସଚିବ ପଦବୀରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ଙ୍କୁ ମଧ୍ୟ ନିଯୁକ୍ତ କରିବେ ମୁଖ୍ୟମନ୍ତ୍ରୀ। ସେହିପରି SITI ଓଡ଼ିଶା ଅଧୀନରେ ରାଜ୍ୟ ମନିଟରିଂ ଏବଂ ମୂଲ୍ୟାୟନ କାର୍ଯ୍ୟାଳୟ (SMEO) ନାମରେ ରହିବ ଏକ ସଂଲଗ୍ନ କାର୍ଯ୍ୟାଳୟ । ସୂଚନାଯୋଗ୍ୟ, SITI-ଓଡ଼ିଶା ରାଜ୍ୟ ସରକାରଙ୍କୁ ଗ୍ରାମୀଣ ଅର୍ଥନୀତି , ଜୀବିକା, ନିଯୁକ୍ତି ଏବଂ ନଗର ବିକାଶ, ଚିନ୍ତାଧାରା ଏବଂ ନବସୃଜନ, ଶକ୍ତି ପରିବର୍ତ୍ତନ, ପରିବେଶ ଏବଂ ଜଙ୍ଗଲ, ଖଣି ଏବଂ ପ୍ରାକୃତିକ ସମ୍ପଦ ଭଳି ୬ଟି ବିଷୟବସ୍ତୁ ଉପରେ ମାର୍ଗଦର୍ଶନ କରିବ। ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ