ବିଜେଡି ୧୦୦ ଟଙ୍କା ବିଧାୟକଙ୍କୁ ଦେଲେ ୪୦ ଟଙ୍କା ବବି ଦାସ ନିଜେ ରଖୁଥିଲେ: ପ୍ରଭାତ ବିଶ୍ୱାଳ
ଭୂବନେଶ୍ୱର ,୨୦ |୪: କିଛିଦିନ ତଳେ ବିଜେଡି ନେତା ବବି ଦାସ ଦଳରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପୁଅକୁ ନେଇ ମଞ୍ଚରେ ଆକ୍ଷେପ କରିଥିଲେ | କହିଥିଲେ ଯେ, ବାପା ଆଉ ପୁଅ ରାତିରେ ଆସି ମୋରି ଘରେ ରାତି ରାତି ବସିଛନ୍ତି | ଟଙ୍କା ଆକାରରେ କେତେ ସାହାଯ୍ୟ ସହାୟତା ମୋଠୁ ପାଇଛନ୍ତି | ଏପରିକି ଟିକେଟ ପାଇବାକୁ ମୋ ପାଖକୁ ଆସିଥିଲେ | ଏଭଳି କିଛି କହି ଆକ୍ଷେପ କରିଥିଲେ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପୁଅକୁ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ | ତେବେ ଏକ ପ୍ରେସ ମିଟ ଜରିଆରେ ଏହି ଆକ୍ଷେପର କଡା ଜବାବ ରଖିଛନ୍ତି ପ୍ରଭାତ ବିଶ୍ୱାଳ | ସେ ବବି ଦାସ ଏବଂ ପୁର୍ବତନ 5ଟି ସଚିବ ଭି.କେ ପାଣ୍ଡିଆନଙ୍କ ସବୁ ପୋଲ ଖୋଲି ଦେଇଛନ୍ତି | ବବି ଦାସ ଆକ୍ଷେପର ଉତ୍ତର ଦେବାକୁ ଯାଇ ପ୍ରଭାତ କହିଛନ୍ତିଯେ, ତୁମେ ଯେଉଁ କେଉଁ ଦୁର୍ନୀତି ସବୁ କରିଛ ତାହା ନ କହିବା ଭଲ କାରଣ ସେଭଳି ବ୍ୟକ୍ତିତ୍ୱ ମୋର ନାହିଁ | ପାର୍ଟି ପକ୍ଷରୁ ଯାହା ଫଣ୍ଡ ଆସେ ସେଥିରୁ ବବି ଦାସ ଅଧା ପଇସା ରଖି ଦିଅନ୍ତି ବୋଲି ପ୍ରଭାତ କହିଛନ୍ତି | ଆହୁରି କହିଛନ୍ତିଯେ, ବବି ଦାସ ମୋତେ କଣ ଟିକେଟ ଦେବ ତାଙ୍କର ନିଜର ଟିକେଟର ଠିକ ନାହିଁ ୨୦୨୪ ନିର୍ବାଚନରେ ଲୋକେ ତାର ପ୍ରମାଣ ଦେଲେ | ବେଆଇନ ଭାବେ ନିଜ ସମ୍ପତ୍ତି ବଢ଼ାଇଛନ୍ତି ବବି | ସେ ୩-୪ କୋଟି ଟଙ୍କାର ଗାଡ଼ି କିପରି ଚଢ଼ୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ | ଆହୁରି କହିଛନ୍ତି, ବବି ଯାଜପୁରରେ ସରକାରୀ ଜମି ମାଡ଼ି ବସି ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ଅଶୋକ ଦାସଙ୍କ ମୃତ୍ୟୁ ପରେ ସେ ମୋରି ଲାଗି ରାଜନୀତିକୁ ଆସିଥିଲେ | ମୋତେ କହିଲେ ଶକ୍ତି ମନ୍ତ୍ରୀ ହେବେ କିନ୍ତୁ ନିଜେ ହୋଇଗଲେ। ବବି ଭାରି ଡେଞ୍ଜରିୟସ। ତାଙ୍କର ଏ ମିଛ ଅହଙ୍କାର ଏ ଅଟ୍ଟହାସ୍ୟ ଭଗବାନ କେବେ ସହିବେନି | ଏହାସହିତ ମୋରି ନାଁ ଅପପ୍ରଚାର କରି ବବି ଦାସ ଦଳର ମୁଖିଆ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କର ନିକଟତର ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ପ୍ରଭାତ କହିଛନ୍ତି |
ତେବେ କେବଳ ବବି ଦାସଙ୍କ ଉପରେ ନୁହେଁ ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନ ଓ ଅତନୁ ସବ୍ୟସାଚୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଭାତ। ସେ ପୂର୍ବତ୍ତନ ସଚିବ ପାଣ୍ଡିଆନଙ୍କୁ ଚୋରର ଆଖ୍ୟା ଦେଇଛନ୍ତି | ସେ କହିଛନ୍ତି ,ରାତିରେ ଚୋର ମାନେ ହିଁ ବୁଲନ୍ତି ଆଉ ପାଣ୍ଡିଆନ ରାତି ୧୨ଟା ୧ ପର୍ଯ୍ୟନ୍ତ କାମ ବାହାନାରେ ବୁଲୁଥିଲେ |

