Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୋଦୟ ସ୍କୁଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତ୍ୟୁଦେହ!

କନ୍ଧମାଳ,୨୧।୪: କନ୍ଧମାଳ ତୁଡ଼ିପାଜୁ ନବୋଦୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି । ହଷ୍ଟେଲର ଏକ ଫ୍ୟାନରୁ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ତେବେ ମୃତ ଛାତ୍ର ଜଣକ ହେଉଛନ୍ତି ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଂଚାୟତର ତେତେରୀପାଲା ଗ୍ରାମର ଗୋକୁଳ କହଁର। ସେ ନବୋଦୟ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ।

ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲେ । ଏହାପରେ ଛାତ୍ର ଜଣକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ସକ୍ଘହନ ଅନୁସାରେ, ଏହି ମୃତ୍ୟୁ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଏହି ଘଟଣାରେ ପରିବାର ଲୋକେ ଏବଂ ଗ୍ରାମବାସୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।

ଅନ୍ୟପଟେ, ପ୍ରିନସିପାଲଙ୍କ ଗିରଫ ଦାବି ନେଇ ପରିବାର ସଦସ୍ୟ ମୃତଦେହ ନେଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହାପରେ ଜିଲ୍ଲାପାଳ ଘଟଣାର ନିରପେକ୍ଷ ତଦନ୍ତ ସହିତ ମୃତ ଛାତ୍ରର ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଫେରିଥିଲେ। ପରିବାର ଲୋକେ ଏହି ମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଥିବା ବେଳେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ