Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର! ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀରୁ ଅଧିକ ଛୁଇଁବ ତାପମାତ୍ରା; ପାଣିପାଗର ରେଡ୍ ଆଲର୍ଟ

ଭୁବନେଶ୍ୱର, ୨୨ | ୪ : ଆସନ୍ତା ୨୫ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର | ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀରୁ ଅଧିକ ରହିପାରେ ତାପମାତ୍ରା | ଏନେଇ ପାଣିପାଗ ଵିଭାଗ ଆକଳନ କରିଛି | ସାରା ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି | ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ଉପକୂଳ ଜିଲ୍ଲା ଗୁଡିକରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି |ଗତକାଲି ୪୦ ଡିଗ୍ରୀ ଉପରେ ୧୮ ସହରର ପାରଦ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀକୁ ଛୁଇଁଥିଲା | ସେହିପରି ଟିଟିଲାଗଡ଼ରେ ୪୨ ଡିଗ୍ରୀ ପାର କରିଥିଲା ପାରଦ।

ତେବେ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରିରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି| ଆସନ୍ତା ୨୩ ରୁ ଖରା ଓ ଗରମ ବଢିବା ସହ ବଲାଙ୍ଗୀର ଅନୁଗୁଳ ଓ ଝାରସୁଗୁଡା ଏହି ୩ ଜିଲ୍ଲାକୁ ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ।

ଏହାସହିତ ପୂର୍ବ ଓଡ଼ିଶାରେ ଥିବା ଜିଲ୍ଲା ଗୁଡିକୁ ୨୫ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହର ଚେତାବନୀ ଥିବା ବେଳେ ଅସହ୍ୟ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନଥିବା ବେଳେ ପୁଣି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଆକଳନ କରିଛି ପାଣିପାଗ ବିଭାଗ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ