Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନଗଣନାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି: ସୁରେଶ ପୂଜାରୀ

ଭୁବନେଶ୍ଵର,୨୨।୪: ଜନଗଣନାରେ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକି ଆଲୋଚନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା କର୍ମଚାରୀ ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏପଟେ ଅସହ୍ୟ ଗ୍ରୀଷ୍ମପ୍ରବାହ ଏକ ବଡ ସମସ୍ୟା ପାଲଟିଛି। ଏହା ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାସହିତ ଜନଗଣନା କରୁଥିବା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବାର ମଧ୍ୟ ଖବର ଆସିଛି। ସରକାରଙ୍କ ପାଇଁ ଏବେ ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ଏକ ବଡ଼ ଦାୟିତ୍ୱ ପାଲଟିଛି। ଯେଉଁ ସ୍ଥାନରେ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି ସେଠାରେ ଗୃହ ସଚିବ ଓ ଡିଜିଙ୍କ ସହ ଏନେଇ ଆଲୋଚନା ହୋଇଛି। ଯେ କେହି ବି ଏହି ଆକ୍ରମଣରେ ସାମିଲ ଥିବା ସେ ଯେଉଁଠାରେ ଲୁଚିକି ରହିଥିଲେ ତାକୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ, ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ଜିଲ୍ଳାର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛି। ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଖରା ଯୋଗୁଁ ସୋନପୁର ଜିଲ୍ଲାରେ ଜଣେ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ଗଣନାକାରୀ ନିଖୋଜ ହେବା ସହ ହିଟ ଷ୍ଟ୍ରୋକ ଓ ଦୁର୍ଘଟଣାର ଖବର ମଧ୍ୟ ସୂଚନା ମିଳିଥିଲା। ଏହାକୁ ଧ୍ୟାନରେ ରଖି କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କାମାକ୍ଷାନଗର ମହିମାନଗରରେ ଜନଗଣନା କରିବା ପାଇଁ ନିୟୋଜିତ ହୋଇଥିବା ଜଣେ କର୍ମଚାରୀ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଘଟଣାରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ରହିଥିବା ସୂଚନା । ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । ଏପରିକି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦିଙ୍କ ଗାଡି ମଧ୍ୟ ଭାଙ୍ଗି ଦେଇଛନ୍ତି। ପଥର ଧରି ମାରିବାକୁ ଗୋଡାଇଥିବା ଅଭିଯୋଗ ମଧ୍ୟ ଆସିଛି । ସୂଚନା ପାଇ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ସମେତ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆକ୍ରମଣକାରୀଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ