Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ପରେ ହତ୍ୟା! ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟରେ ଜଙ୍ଗଲ ରାସ୍ତାରେ ମିଳିଲା ମୃତଦେହ

ବ୍ରହ୍ମପୁର, ୨୩ |୪: ନିକଟରେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କ ଅପହୃତ ହୋଇଥିବା ଖବର ସାମ୍ନାକୁ ଆସିଥିଲା | ପୋଲିସର ବହୁ ଉଦ୍ୟମ ସତ୍ତ୍ୱେ ସୁଧୀରଙ୍କ ପତ୍ତା ମିଳୁନଥିଲା | କିନ୍ତୁ ଆଜି ବ୍ରହ୍ମପୁରରୁ ପ୍ରାୟ ଶହେ କିଲୋମିଟର ଦୂର ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟରେ ଜଙ୍ଗଲ ରାସ୍ତାରେ ତାଙ୍କର ମୃତଦେହ ମିଳିଛି । ସୁଧୀରଙ୍କ ପୋଷାକ ଓ ହାତରେ ଥିବା ବଳାକୁ ଦେଖି ପରିବାର ଲୋକ ତାଙ୍କୁ ଚିହ୍ନଟ କରିଛନ୍ତି । ସେପଟେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଟିମ୍ ହତ୍ୟାକାଣ୍ଡର କାରଣ ଜାଣିବା ନେଇ ତଦନ୍ତ ଜାରି ରଖିଛି | ଶବ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅପରାଧୀ ଧରାପଡ଼ିଛନ୍ତି ଖୁବଶୀଘ୍ର ଏନେଇ ସୂଚନା ଦିଆଯିବ ବୋଲି ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି |

ସୂଚନା ଅନୁସାରେ, ବୁଧବାର ସକାଳେ ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟ ଜଙ୍ଗଲ ରାସ୍ତାରେ ଅଞ୍ଚଳବାସୀ ଏକ ଶବ ଦେଖିବାକୁ ପାଇଥିଲେ | ଏହାପରେ ତୁରନ୍ତ ସୋରଡ଼ା ଥାନାକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଗୋପାଳପୁର ଥାନା ପୁଲିସ, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ଜବତ କରିଥିଲା ପୁଲିସ । ଅପରାଧୀମାନେ ଅନ୍ୟ ଏକ ସ୍ଥାନରେ ସୁଧୀରଙ୍କୁ ହତ୍ୟା କରି ପରେ ସେହି ସ୍ଥାନରେ ଫିଙ୍ଗିଦେଇଥିବା ନେଇ ସୂଚନା ମିଳିଛି | ଶରୀରର ଅନେକ ଅଂଶ ଝଡ଼ିଯାଇଛି ।

ସୂଚନାଯୋଗ୍ୟ, ଗୋପାଳପୁର ଥାନା ବଣଗାଁ ନିକଟରୁ ଗତ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ପାତ୍ରଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୁତ୍ତ । ତାଙ୍କ ସ୍ତ୍ରୀ ରଶ୍ମିତା ପାତ୍ର ଏ ନେଇ ଗୋପାଳପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । ବଣଗାଁ ରାସ୍ତାରୁ ସୁଧୀରଙ୍କ ବାଇକ୍ କୁ ଜବତ କରିଥିଲା ପୁଲିସ । ସୁଧୀରଙ୍କ ସ୍ତ୍ରୀଙ୍କୁ ଅପହରଣକାରୀ ହ୍ୱାଟସ୍ଆପ୍ ରେ ଏକ ଭିଡିଓ ପଠାଇଥିଲେ । ସୁଧୀରଙ୍କୁ ନିର୍ଯାତନା ଦେବା ସହ ବ୍ଲାଙ୍କ୍ ଫାୟାରିଂ କରି ୨କୋଟି ଟଙ୍କା ମାଗିଥିଲେ । ଟଙ୍କା ନ ଦେଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ | ରଶ୍ମିତା ଘରେ ଥିବା ଟଙ୍କା ଓ ସୁନା ନେଇ ଅପହରଣକାରୀଙ୍କୁ ଦେବାକୁ ଯିବା ସମୟରେ ତାଙ୍କ ପଛରେ ଯୋଜନାବଦ୍ଧ ଅନୁସାରେ ପୁଲିସ ଯାଇଥିଲା । କିନ୍ତୁ ଆସିକା ନିକଟରେ ରଶ୍ମିତାଙ୍କୁ ଭିଡିଓ କଲ୍ କରି ସେ ଧରିଥିବା ବ୍ୟାଗ୍ ଦେଖାଇବାକୁ କହିଥିଲେ ଅପରାଧୀ । କିଛି ସମୟ ପରେ ଫୋନ୍ କଲ୍ ଆସିଥିଲା ଯେ, ପୁଲିସ ତୁମ ସାଙ୍ଗରେ ଅଛନ୍ତି । ସୁଧୀରକୁ ଆଉ ଫେରି ପାଇବ ନାହିଁ । ସେବେଠାରୁ ଅପରାଧୀ ସୁଧୀରଙ୍କ ପରିବାରକୁ ଯୋଗାଯୋଗ କରିନଥିଲେ । ଆଉ ଆଜି ସକାଳୁ ସୁଧୀରଙ୍କ ଗଳିତ ଶବ ଉଦ୍ଧାର ହୋଇଛି ।

ତେବେ ସମ୍ପତ୍ତି ବିବାଦରୁ ଏହି ସୁଧୀରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ସେପଟେ, ପୁଲିସ ତାଙ୍କର ଦୁଇଜଣ ରକ୍ତ ସଂପର୍କୀୟଙ୍କୁ ଥାନାରେ ଅଟକ ରଖିଥିବାବେଳେ ସୁରଟ, ଦିଲ୍ଲୀ ଓ ମୁମ୍ବାଇରୁ କିଛି ଅପରାଧୀଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories