Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନଗଣନା କରିବା ସମୟରେ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବାପା ଓ ପୁଅ

ଢେଙ୍କାନାଳ,୨୩।୪: ଢେଙ୍କାନାଳ ରେ ଜନଗଣନା କର୍ମଚାରୀ ଙ୍କୁ ଆକ୍ରମଣ ଘଟଣା ଏବେ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି। ଦେଶର ହିତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।
ଜନଗଣନା ବେଳେ ୪ ଜଣ ଅଧିକାରୀଙ୍କୁ ନିସ୍ତୁକ ମାଡ଼ । ଗାଡି ଭାଙ୍ଗିଦେଲେ ବାପା ଓ ଦୁଇ ପୁଅ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର ଶିକାର ଅଧିକାରୀ ମାନେ ହେଲେ ଜନଗଣନା ଚାର୍ଜ କିରାଣୀ ରଘୁନାଥ ଦୀକ୍ଷିତ, ସର୍କଲ-୨ର ସୁପରଭାଇଜର ମଧୁସ୍ମିତା ବେହେରା, କର୍ମଚାରୀ ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା । କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ଅନନ୍ତପୁର ସାହିକୁ ଜନଗଣନା କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣାରେ ଅଭିଯୁକ୍ତ ନିକୁଞ୍ଜ ଶତପଥୀ ଓ ଦୁଇ ପୁଅଙ୍କୁ ଉଠାଇ ନେଇଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories