୩୦ ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଦିବ୍ୟଙ୍କା ସିରୋହିଙ୍କ ଅକାଳ ବିୟୋଗ , ମୃତ୍ୟୁ ପରେ ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଶେଷ ପୋଷ୍ଟ
୩୦ ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଦିବ୍ୟଙ୍କା ସିରୋହିଙ୍କ ଅକାଳ ବିୟୋଗ , ମୃତ୍ୟୁ ପରେ ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଶେଷ ପୋଷ୍ଟ
ଲୋକପ୍ରିୟ ଅଭିନେତ୍ରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଦିବ୍ୟଙ୍କା ସିରୋହିଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଯିଏ ନୃତ୍ୟ ଓ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିଲେ ଆଜି ସେ ମାତ୍ର ୩୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କରି ଆର ପାରିକୁ ଚାଲି ଯାଇଛନ୍ତି। ହସ ଖୁସିରେ ବଞ୍ଚୁଥିବା ଜୀବନ ଏମିତି ହଠାତ୍ ଭାବେ ଯେ ଦୁନିଆ ଛାଡି ଚାଲିଯିବ କାହାର ବି ଧାରଣା ନଥିଲା।
ସୂଚନା ଅନୁସାରେ, ହରିୟାଣାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଦିବ୍ୟଙ୍କା ସିରୋହିଙ୍କ ଏହି ଅକାଳ ବିୟୋଗ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ଏ ବିୟୋଗରେ ତାଙ୍କ ପ୍ରଶଂସକ ମାନେ ମ୍ରିୟମାଣ ହୋଇ ପଡ଼ିଛନ୍ତି । ଯିଏ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ଦ୍ୱାରା ଲକ୍ଷ ଲକ୍ଷ ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଥିଲେ, ଆଜି ସେ ଦୁନିଆରୁ ବିଦାୟ ନେବା ପରେ ଫଲୋର୍ସମାନଙ୍କୁ ବଡ ଝଟକା ଲାଗିଛି।
ତେବେ ହୃଦଘାତରେ ମୃତ୍ୟୁବରଣ କରିଥିବା ଦିବ୍ୟଙ୍କାଙ୍କ ଇନଷ୍ଟାଗ୍ରାମରେ ହୋଇଥିବା ଶେଷ ପୋଷ୍ଟ ଏବେ ମୃତ୍ୟୁ ପରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ସେ ନୀଳ ରଙ୍ଗର ଲେହେଙ୍ଗା ପରିଧାନ କରିଛନ୍ତି। ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ଫ୍ୟାନ୍ସମାନେ ହୃଦୟଭରା କମେଣ୍ଟ୍ସ ଦେଇଛନ୍ତି। ତାଙ୍କ ମୃତ୍ୟୁକୁ ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ସୂଚନାଯୋଗ୍ୟ, ଗତ ୧୯ ନଭେମ୍ବର ୧୯୯୬ରେ ଜନ୍ମଗ୍ରହଣ କରିଥିବା ଦିବ୍ୟଙ୍କା ମେରଠର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ବିସିଏ ଏବଂ ପରେ ସିକିମରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ହରିୟାଣା ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ତେବେ ଗତ ମଙ୍ଗଳବାର ଏପ୍ରିଲ ୨୧ ତାରିଖରେ ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଥିଲା। ସେ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ପାଇଁ ବେଶ ପରିଚିତ ଥିବାବେଳେ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ରହିଥିଲେ। ଦିବ୍ୟଙ୍କା ହୃଦଘାତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛି । ଦିବ୍ୟଙ୍କା ପ୍ରାୟ ୫୦ରୁ ଅଧିକ ମ୍ୟୁଜିକ୍ ଭିଡିଓରେ କାମ କରି ସାରିଛନ୍ତି।

