IRS ଅଧିକାରୀଙ୍କ ଘରେ ପଶି ୨୨ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା ! ଅଚେତ ଅବସ୍ଥାରେ ଲକର ଖୋଲିବାକୁ ଘୋଷାଡି ଘୋଷାଡି ନେଲା
ନୂଆଦିଲ୍ଲୀ, ୨୩।୪: ଦକ୍ଷିଣ ଦିଲ୍ଲୀରୁ ଆସିଛି ଚାଞ୍ଚଲ୍ୟକର ଖବର। ଦକ୍ଷିଣ ଦିଲ୍ଲୀର କୈଳାସ ହିଲ୍ସ ଅଞ୍ଚଳରେ ଜଣେ ଆଇଆରଏସ୍ ଅଫିସରଙ୍କ ୨୨ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରଯାଇଛି । ଏହି ହତ୍ୟା ଘଟଣା ପୂରା ଦିଲ୍ଲୀରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସିକ୍ୟୁରିଟି ବ୍ୟବସ୍ଥା କଡାକଡି ରହିଥିବା ସତ୍ତ୍ୱେ ଘରେ ପଶି ଏଭଳି କାଣ୍ଡ ଭିଆଇଥିଲା ଅଭିଯୁକ୍ତ, ଏହା ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସେହି ଘରେ ପୂର୍ବରୁ କାମ କରୁଥିବା ରାହୁଲ ମୀନା ନାମକ ଜଣେ ଚାକର। ସେ ଦୀର୍ଘଦିନ ଧରି ସବୁ ପରଖିବା ପରେ ହିଁ ଏହାକୁ ଅଞ୍ଜାମ ଦେଇଥିଲା।
ଗତକାଲି ସକାଳେ ଦକ୍ଷିଣପୂର୍ବ ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଥିବା ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବାସଭବନରୁ ତାଙ୍କ ୨୨ ବର୍ଷୀୟା ଝିଅର ମୃତଦେହ ଉଦ୍ଧାର କରାଯାଇଛି।
ତେବେ ପୋଲିସ୍ର ତଦନ୍ତରୁ ଜଣାପଡିଛି ଯେ, ପୀଡିତାଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ହତ୍ୟା ଉଦ୍ୟମ କରିଛି । ହତ୍ୟା ଉଦ୍ୟମ ପରେ ଅଭିଯୁକ୍ତ ରାହୁଲ ଏକ ବାୟୋମେଟ୍ରିକ୍ ଲକର ଖୋଲିବା ପାଇଁ ପୀଡିତାଙ୍କ ଫିଙ୍ଗର ପ୍ରିଣ୍ଟ୍ ବ୍ୟବହାର କରିଥିଲା। ଏହା ସେ ନିଜେ ସ୍ବୀକାର କରିଥିବା ଜଣାପଡ଼ିଛି। ସେ ପୀଡିତାଙ୍କୁ ଆକ୍ରମଣ କରିବା ପରେ ଅଚେତ ଅବସ୍ଥାରେ ତାଙ୍କୁ ଟାଣି ଟାଣି ଏକ ରୁମ୍କୁ ନେଇଥିଲା। ଯେଉଁଠାରେ ଏକ ଲକର ଥିଲା। ଏକ ଲକରଟି ବାୟୋମେଟ୍ରିକ୍ ସିଷ୍ଟମ୍ ରହିଥିବା ହେତୁ ତାକୁ ପୀଡିତାଙ୍କ ଫିଙ୍ଗର ପ୍ରିଣ୍ଟ୍ ସାହାଯ୍ୟରେ ଖୋଲିବା ପାଇଁ ବହୁତ ଚେଷ୍ଟା କରିଥିଲା। କିନ୍ତୁ ବହୁ ଉଦ୍ୟମ ସତ୍ତ୍ବେ ଅଭିଯୁକ୍ତ ଲକର ଖୋଲିବାରେ ସଫଳ ହୋଇ ପାରି ନଥିଲା । ପୀଡିତାଙ୍କ ଆଙ୍ଗୁଠିରେ ରକ୍ତ ଲାଗିଥିବାରୁ ତାହା ଖୋଲିନଥିଲା। ଏବଂ ଅଭିଯୁକ୍ତ ଶେଷରେ ସେହିଠାରେ ହିଁ ମୃତଦେହକୁ ଛାଡି ସ୍କ୍ରୁଡ୍ରାଇଭର ସାହାଯ୍ୟରେ ଲକରଟିକୁ ଭାଙ୍ଗି ସେଠାରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି କରିନେଇଥିଲା। ଏହାସହିତ ନିଜ ପ୍ୟାଣ୍ଟ ଏବଂ ଜୋତାରେ ରକ୍ତ ଦାଗ ଦେଖିବା ପରେ ଘଟଣାସ୍ଥଳରେ ହିଁ ସେ ତା’ର ପୋଷାକ ବଦଳାଇ ପୀଡିତାଙ୍କ ଭାଇଙ୍କର ଏକ ଟ୍ରାଉଜର ପ୍ୟାଣ୍ଟ ଓ ଚପଲ ପିନ୍ଧି ଯାଇଥିଲା।
ସେପଟେ ପୋଲିସ୍ ର କହିବା ଅନୁସାରେ , ପୂର୍ବରୁ ରାହୁଲ ଉକ୍ତ ଘରେ କାମ କରି ଆସୁଥିଲା , ତେଣୁ ସେ ଘର ବିଷୟରେ ତା ପାଖେ ପୁରା ଯାନଙ୍କାରୀ ରହିଥିଲା । ସେ ଜାଣିଥିଲା ଯେ, ସକାଳ ସମୟରେ ଆଇଆରଏସ ଅଫିସର ଓ ତାଙ୍କ ସ୍ତ୍ରୀ ଜିମ୍ ପାଇଁ ଯାଆନ୍ତି। ଏବଂ ସେହି ସମୟରେ ପୀଡିତା ଯିଏ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିଲେ, ସେ ଘରର ଉପର ମହଲାରେ ବସିକି ପାଠ ପଢୁଥିବା କଥା ମଧ୍ୟ ଅଭିଯୁକ୍ତଙ୍କୁ ଜଣାଥିଲା।
ସିସିଟିଭି ଫୁଟେଜ ଆଧାରରେ , ବୁଧବାର ସକାଳ ପ୍ରାୟ ୬ଟା ୨୮ ରେ ରାହୁଲ ଏକ ହଳଦିଆ ରଙ୍ଗର ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ବିଲ୍ଡିଂ ଭିତରକୁ ପ୍ରବେଶ କରୁଥିଲା। ଆଉ ଏହାପରେ ସେ ସିଧା ପୀଡିତାଙ୍କ ରୁମ୍କୁ ଯାଇଥିଲା । ପରେ ସେ ସକାଳ ପ୍ରାୟ ୭.୨୨ ସମୟରେ ଏକ ଅଲଗା ପୋଷାକ ପିନ୍ଧି ଏକ କଳା ବ୍ୟାଗ ଧରି ବାହାରକୁ ଆସୁଥିବାର ଦେଖାଯାଇଥିଲା।
ଏହି ଘଟଣାରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି । ସେ ପୋଲିସର ପଚରା ଉଚୁରା କରିବା ପରେ ପୋଲିସ୍ କୁ କହିଛି ଯେ, ସେ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେବା ଉଦ୍ଦେଶ୍ୟରେ ଗଳାକାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯୁବତୀ ଏହାକୁ ପ୍ରତିରୋଧ କରିଥିଲେ। ଏହା ପରେ ସେ ପାଖରେ ଥିବା ଏକ ଲ୍ୟାମ୍ପ ଓ ଓଜନିଆ ଜିନିଷରେ ପିଟି ଦେଇଥିଲା। ଯାହାଫଳରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ସେ ଅଚେତ ହୋଇଯାଇଥିଲେ। ଯେତେବେଳେ ପୀଡିତାଙ୍କ ବାପାମାଆ ସକାଳ ପ୍ରାୟ ୮ଟାରେ ଘରକୁ ଫେରିଲେ, ସେମାନେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିଲେ, ଏହାସହିତ ଘରର ସାରା ଜିନିଷପତ୍ର ବିଛାଡ଼ି ହୋଇ ପଡ଼ିଥିଲା।
ତେବେ ରାହୁଲ ଆଇଆରଏସ ଅଧିକାରୀଙ୍କ ଘରେ ପୂର୍ବରୁ ଚାକର ଭାବେ କାମ କରୁଥିବା ବେଳେ ପ୍ରାୟ ଦେଢ ମାସ ତଳେ ତାକୁ କାମରୁ ବାହାର କରାଯାଇଥିଲା। ଆର୍ଥିକ ଦୁର୍ନୀତି ଅଭିଯୋଗ ପରେ ତାକୁ ବାହାର କରି ଦିଆଯାଉଥିଲା ।

