ସିକିମ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ରାଜ୍ୟ ଗଠନର ୫୦ ତମ ବାର୍ଷିକୀ ସମାରୋହରେ ଯୋଗଦେବେ, ୪୦୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର କରିବେ ଉଦଘାଟନ
ନୂଆଦିଲ୍ଲୀ, ୨୭|୪ :ଦୁଇ ଦିନିଆ ସିକିମ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିକିମ୍ ରାଜ୍ୟ ଗଠନର ୫୦ ତମ ବାର୍ଷିକୀ ଉପଲକ୍ଷେ ଆୟୋଜନ ହେଉଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହର ସମାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାସହିତ ୪ ହଜାର କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ | ଆଜି ଅପରାହ୍ନ ପ୍ରାୟ ୩ଟାରେ ଗ୍ୟାଙ୍ଗଟକରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ | ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପାଲଜୋର ଷ୍ଟାଡିୟମରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସମାପନୀ ଉତ୍ସବରେ ଯୋଗଦେଇ ସେଠାରେ ସେ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପର ଉଦଘାଟନ କରିବେ। ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ୟାଙ୍ଗାଙ୍ଗରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲର ଶିଳାନ୍ୟାସ କରିବାର ମଧ୍ୟ ରହିଛି ଏବଂ ଏନଆଇଟି ଦେଓରାଲିରେ ଏକ ୩୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ସୋୱା ରିଗପା ହସ୍ପିଟାଲର ମଧ୍ୟ ଉଦଘାଟନ କରିବେ।
ସେହିପରି ଶିକ୍ଷା କ୍ଷେତ୍ରରେ ସେ ୟାଙ୍ଗାଙ୍ଗରେ ସିକିମ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉତ୍କର୍ଷ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ, ହେଲେନ ଲେପଚା ମେଡିକାଲ କଲେଜ ଏବଂ ଡେଣ୍ଟାମ ପ୍ରଫେସନାଲ୍ କଲେଜର ଉଦଘାଟନ କରିବେ। ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ସିରୱାନି ଏବଂ ଲୋୟର ସାମଡୋଙ୍ଗରେ ତିସ୍ତା ନଦୀ ଉପରେ ଦୁଇଟି ଡବଲ-ଲେନ୍ ଷ୍ଟିଲ୍ ଆର୍ଚ୍ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହିତ ବାରଡାଙ୍ଗରୁ କିଚୁଡୁମରା ପର୍ଯ୍ୟନ୍ତ ଉନ୍ନତ ରାସ୍ତା ପ୍ରକଳ୍ପର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହଛି ।

