Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ବର୍ଷରେ ଏସସିବିରେ ୧୪ ଶିଶୁ ବିକ୍ରି !, ଘଟଣାର ସଠିକ ତଦନ୍ତ ପାଇଁ ଏସସିବି ଅଧୀକ୍ଷକଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନିର୍ଦ୍ଦେଶ

କଟକ , ୨୭ | ୪ : ରାଜ୍ୟର ସବୁଠାରୁ ବଡ ମେଡିକାଲ ଏସସିବିରେ ୧୪ ଶିଶୁ ବିକ୍ରି ଘଟଣା । ଘଟଣାର ସଠିକ ତଦନ୍ତ ପାଇଁ ଏସ୍‌ସିବି ଅଧୀକ୍ଷକଙ୍କୁ ଆରଡିସିଙ୍କ ନିର୍ଦ୍ଦେଶ। ସୂଚନା ଅନୁସାରେ, କଟକ ବଡ ମେଡିକାଲରେ ୬ ବର୍ଷ ଭିତରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ସ୍ଥିତି ଠିକ ନଥିବା ମହିଳାଙ୍କ ୧୪ଜଣ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି | ଏହି ଖବର ପ୍ରସାରିତ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଘଟଣାର ସଠିକ ତଦନ୍ତ ପାଇଁ ଏସ୍‌ସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍‌ଡିସି ।

ତଦନ୍ତ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆର୍‌ଡିସି ନିର୍ଦ୍ଦେଶନାମାରେ ଉଲ୍ଲେଖ କରି ଦର୍ଶାଇଛନ୍ତି । ଏହାସହିତ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କେନ୍ଦ୍ରାଞ୍ଚଳ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟର ସବୁଠାରୁ ବଡ ମେଡିକାଲରେ ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଉଠିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ