ଗ୍ୟାଙ୍ଗଟକରେ ଯୁବବର୍ଗଙ୍କ ସହ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ; ସୋସିଆଲ ମିଡିଆରେ କଲେ ପୋଷ୍ଟ
ସିକିମ୍, ୨୮ | ୪: ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସର ସମାପନୀ ଉତ୍ସବରେ ଯୋଗଦେବେ। କିନ୍ତୁ ଉତ୍ସବ ପୂର୍ବରୁ ସେ ସକାଳୁ ସକାଳୁ ରାଜଧାନୀ ଗ୍ୟାଙ୍ଗଟକରେ ଯୁବବର୍ଗମାନଙ୍କ ସହିତ ଫୁଟବଲ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ପ୍ରଧାମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତି ,’ଗ୍ୟାଙ୍ଗଟକରେ ଆଜିର ସକାଳ ବହୁତ ସ୍ୱତନ୍ତ୍ର ଥିଲା, ଏବଂ ସିକିମର ଯୁବବର୍ଗମାନଙ୍କ ସହିତ ଫୁଟବଲ ଖେଳିବା ଏକ ସ୍ମରଣୀୟ ଅଭିଜ୍ଞତା ରହିଥିଲା। ସେ ଆହୁରି ମଧ୍ୟ କହିଛନ୍ତିଯେ, ସିକିମର ଯୁବବର୍ଗମାନଙ୍କ ସହିତ ଏହା ଏକ ସୁନ୍ଦର ଖେଳ ଅଧିବେଶନ ଥିଲା।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସନ୍ଧ୍ୟାରେ ଗ୍ୟାଙ୍ଗଟକରେ ପହଞ୍ଚିଥିଲେ | ସେଠାରେ ସେ ଏକ ରୋଡ୍ ସୋ କରିଥିଲେ। ତାଙ୍କ ରାଲି ହେଲିପ୍ୟାଡ୍ରୁ ଲୋକଭବନ ଅଭିମୁଖେ ଯାତ୍ରା କରିଥିଲା, ଲୋକ ପ୍ରିୟ ପ୍ରଧାମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ସମୟରେ ଗ୍ୟାଙ୍ଗଟକର ଅର୍କିଡାରିୟମ୍ ପରିଦର୍ଶନ କରିବା ସହିତ ‘ସ୍ୱର୍ଣ୍ଣ ଜୟନ୍ତୀ ମୈତ୍ରୀ ମଞ୍ଜରୀ ପାର୍କ’ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସିକିମର ୫୦ତମ ବାର୍ଷିକୀ ଉପଲକ୍ଷେ ପାଲଜୋର ଷ୍ଟାଡିୟମରେ ମୁଖ୍ୟ ସମାରୋହରେ ଯୋଗଦେବେ । ଏଥିରେ ସେ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

